ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେଲେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଫଏସ ଅଫିସର, ଶୁଣି ଶୁଣି ପାଠ ମନେ ରଖି ଦେଉଥିଲେ ପରୀକ୍ଷା

Advertisment
ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେଲେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଫଏସ ଅଫିସର, ଶୁଣି ଶୁଣି ପାଠ ମନେ ରଖି ଦେଉଥିଲେ ପରୀକ୍ଷା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୧୧୨ ଜଣ ପ୍ରଥମ ମହିଳାଙ୍କୁ ସମ୍ମାନିତ କରିଛନ୍ତି । ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଏହି ପ୍ରଥମ ମହିଳାଙ୍କ ଭିତରେ ଅଛନ୍ତି ଚେନ୍ନାଇର ବେନୋ ଜେଫିନି ଯିଏକି ଜଣେ ଆଇଏଫଏସ ଅଫିସର । ସେ ଦୃଷ୍ଟିହୀନ ଥାଇ ମଧ୍ୟ ୨୦୧୫ରେ ଇଣ୍ଡିଆନ ଫରେନ ସର୍ଭିସ- ଆଇଏଫଏସ ଅଧିକାରୀ ହୋଇ ପାରିଥିଲେ।

publive-image

ସିଭିଲ ସର୍ଭିସ ପରୀକ୍ଷାରେ ସାରା ଦେଶରେ ୩ଶହ ୪୩ସ୍ଥାନର ଅଧିକାର କରିଥିଲେ ଜେଫିନି । ଏବେ ସେ ପ୍ୟାରିସରେ ଥିବା ଭାରତୀୟ ଦୂତାବାସରେ ଅବସ୍ଥାପିତ । ପାଠ ପଢିବାବେଳେ ବ୍ରେଲି ଅକ୍ଷରରେ ମୁଦ୍ରିତ ଷ୍ଟଡି ମେଟେରାଇଲର ଅଭାବ ଥିଲା । ସେଥିପାଇଁ ତାଙ୍କ ପରିବାର ଲୋକେ ଘଣ୍ଟାଘଣ୍ଟା ଧରି ବିଭିନ୍ନ ପାଠବହିକୁ ପଢି ଶୁଣାଉଥିଲେ । ଯାହାକୁ ମନେରଖି ସ୍କୁଲ ଓ କଲେଜ ପରୀକ୍ଷାରେ ବେଶ ଭଲ ନମ୍ବର ରଖିବାରେ ସମର୍ଥ ହୋଇଥିଲେ ଜେଫିନି ।

publive-image

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେଫିନି ସମ୍ମାନିତ ହୋଇ ଖୁବ ଖୁସି ଅଛନ୍ତି। ଏଭଳି ସମ୍ମାନ ତାଙ୍କ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନା କରିବାରେ ପ୍ରେରଣା ଯୋଗାଇବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe