ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ

Advertisment
ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ

Banzai Network

ନୂଆଦିଲ୍ଲୀ: ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ। ପୂର୍ବରୁ କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ନେଇ ଜଣା ପଡ଼ିଥିବା ବେଳେ ଏବେ କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଜଣାଯାଇଛି। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ବର୍ଷୀୟା ନାବାଳିକାର କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି କମ ହୋଇଥିବା କଥା କହିଛନ୍ତି ଡାକ୍ତର।

 indiatoday

ଡାକ୍ତରଙ୍କ କହିବା ମୁତାବକ,  କୋଭିଡ୍ -୧୯ ସଂକ୍ରମଣ ଦ୍ବାରା ୧୧ବର୍ଷୀୟା ନାବାଳିକା ଆକ୍ୟୁଟ୍ ଡେମେଲିନାଟିଂ ସିଣ୍ଡ୍ରୋମ (ଏଡିଏସ)ର ଶିକାର ହୋଇଥିବା ଜଣା ପଡ଼ିଥିଲା | ସେ ଆମେରିକାରୁ ଆସିଥିବା ବେଳେ ଧିରେ ଧିରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ଜଣାଇଥିଲେ। କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ ବୋଲି ଆମେ ଜାଣିଛେ। କିନ୍ତୁ ନାବାଳିକାର ଏଭଳି ଅବସ୍ଥା କରୋନା ଭୂତାଣୁ ପାଇଁ ହୋଇଥିବା ଜାଣି ଆମେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରୁଛୁ। ତେବେ ଇମ୍ୟୁନୋଥେରାପି ଦ୍ବାରା ନାବାଳିକାର ଚିକିତ୍ସା କରାଯାଇଥିବା ‌ବେଳେ ଏବେ ତାଙ୍କର ୫୦ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଛି ଏବଂ ‌ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe