ଇଜ୍ରାଏଲ୍‌ରେ ପ୍ରଥମ ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ: ରିପୋର୍ଟ

ଇଜ୍ରାଏଲ୍‌ରେ ପ୍ରଥମ ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଯୋଗୁଁ ଭୟାବହ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଇଜ୍ରାଏଲ୍‌ରେ ପ୍ରଥମ ‘ଫ୍ଲୋରୋନା’ ରୋଗ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ‘ଆରବ ନିଉଜ୍‌’ ରିପୋର୍ଟ କରିଛି।

ଶୁକ୍ରବାର ଦିନ ଟୁଇଟ୍‌ କରି ‘ଆରବ ନିଉଜ୍’ ସୂଚନା ଦେଇଛି, ଇଜ୍ରାଏଲ୍‌ ପ୍ରଥମ ‘ଫ୍ଲୋରୋନା’ ରୋଗ ସଂକ୍ରମଣ ରେକର୍ଡ କରିଛି। ଏକା ସମୟରେ ‘କୋଭିଡ୍‌-୧୯’ ଏବଂ ‘ଇନ୍‌ଫ୍ଲୁଏଞ୍ଜା’ ଭଳି ଡବଲ୍‌ ସଂକ୍ରମଣକୁ ‘ଫ୍ଲୋରନା’ ରୋଗ କୁହାଯାଉଛି।

ପ୍ରସବ କରିବା ଲାଗି ଡାକ୍ତରଖାନାରେ ଭର୍ତ୍ତି ‌ହୋଇଥିବା ଜଣେ ଅନ୍ତଃସତ୍ତ୍ବା ଯୁବତୀ ‘ଫ୍ଲୋରୋନା’ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ, ଯୁବତୀଜଣକ ଟିକା ନେଇ ନ ଥିଲେ ବୋଲି ଇଜ୍ରାଏଲୀୟ ସମ୍ବାଦପତ୍ର ‘ୟେଦିଓଥ୍‌ ଆରୋନୋଥ୍‌’ ରିପୋର୍ଟ କରିଛି।

publive-image Image Courtesy of Deccan Herald

କିନ୍ତୁ, ‘ଫ୍ଲୋରୋନା’ ଗୋଟାଏ ନୂଆ ଭେରିଏଣ୍ଟ୍‌ ନୁହେଁ। ତେଣୁ, ଜନସାଧାରଣ ଭୟ କରିବା ଅନୁଚିତ। ନିକଟ ଅତୀତରେ ‘ଇନ୍‌ଫ୍ଲୁଏଞ୍ଜା’ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଇଜ୍ରାଏଲୀୟ ଡାକ୍ତରମାନେ ‘ଫ୍ଲୋରୋନା’ ସଂକ୍ରାନ୍ତରେ ଅଧ୍ୟୟନ କରୁଛନ୍ତି।

ଏକା ସମୟରେ ଦୁଇଟି ଭୂତାଣୁ ସଂକ୍ରମଣ କରାଉଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିରେ ସାଙ୍ଘାତିକ ତ୍ରୁଟି ରହୁଥିବା କଥା ‘ଫ୍ଲୋରୋନା’ରୁ ଆଭାସ ମିଳୁଛି ବୋଲି ଡାକ୍ତରମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe