ସରୀସୃପଙ୍କ ଦେହରେ ଦେଖାଦେଉଥିବା ୟେଲୋ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହେଲେ କରୋନାରୁ ସୁସ୍ଥ ହୋଇସାରିଥିବ ବ୍ୟକ୍ତି

Advertisment
ସରୀସୃପଙ୍କ ଦେହରେ ଦେଖାଦେଉଥିବା ୟେଲୋ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହେଲେ କରୋନାରୁ ସୁସ୍ଥ ହୋଇସାରିଥିବ ବ୍ୟକ୍ତି

ଗାଜିଆବାଦ: ଭାରତରେ ଏବେ କରୋନା ଭୂତାଣୁର ଦ୍ଵିତୀୟ ଲହର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଦିନକୁ ଦିନ ଭିନ୍ନ ଭିନ୍ନ ଫଙ୍ଗସ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି | କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରେ ଅଧିକ ଷ୍ଟେରଏଡ଼ କାରଣରୁ ସେମାନେ ବ୍ଲାକ ଫଙ୍ଗସ ସଂକ୍ରମଣର ଶିକାର ହେଉଥିବା କଥା ସାମ୍ନାକୁ ଆସିଥିଲା | ଏହା ପରେ ପରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରେ ହ୍ୱାଇଟ ଫଙ୍ଗସ ସଂକ୍ରମଣ ଦେଖାଯାଇଥିଲା | ହେଲେ ଏବେ ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି |

କରୋନାରୁ ସୁସ୍ଥ ହୋଇସାରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଏକା ସାଙ୍ଗରେ ବ୍ଲାକ, ହ୍ୱାଇଟ ଏବଂ ୟେଲୋ ଫଙ୍ଗସ ଦେଖିବାକୁ ମିଳିଛି | ସବୁଠାରୁ ବଡ କଥା ହେଲା ୟେଲୋ ଫଙ୍ଗସ ମଣିଷମାନଙ୍କଠାରେ ନୁହେଁ ବରଂ ସରୀସୃପମାନଙ୍କ ମଧ୍ୟରେ ଦେଖାଯାଏ | ପ୍ରଥମ କରି ଜଣେ ମଣିଷ ମଧ୍ୟରେ ସରୀସୃପ ଫଙ୍ଗସ ଦେଖାଯାଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି | ଏଣ୍ଡୋସ୍କୋପି ପରେ ଏହା ସାମ୍ନାକୁ ଆସିଥିବା କହିଛନ୍ତି ଡାକ୍ତର ବିପି ତ୍ୟାଗୀ |

Yellow fungus cases reported in UP: Know why it can prove more dangerous  than black, white fungus | The Times of India Times of India

ତାଙ୍କ କହିବା ମୁତାବକ, “ସିଟି ସ୍କାନରେ ରୋଗୀର ସାଇନସ୍ ସ୍ୱାଭାବିକ ଥିଲା କିନ୍ତୁ ଏଣ୍ଡୋସ୍କୋପି କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ତିନି ପ୍ରକାରର ଫଙ୍ଗସ (ବ୍ଲାକ, ହ୍ୱାଇଟ ଏବଂ ୟେଲୋ) ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୟେଲୋ ଫଙ୍ଗସ୍ ସାଧାରଣତଃ ସରୀସୃପମାନଙ୍କଠାରେ ଦେଖାଯାଏ | ଏଭଳି ଘଟଣା ପ୍ରଥମ | ଏହି ବିଷୟରେ କୌଣସି ପତ୍ରିକାରେ କୌଣସି ସୂଚନା ନାହିଁ ବୋଲି ବରିଷ୍ଠ ଡାକ୍ତର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟେଲୋ ଫଙ୍ଗସ୍ ସଂକ୍ରମଣ ଆମ୍ଫୋଟେରାଇସିନ୍ ବି ଦ୍ୱାରା ଭଲ ହୋଇପାରିବ କିନ୍ତୁ ହ୍ୱାଇଟ ଏବଂ ବ୍ଲାକ ଫଙ୍ଗସ୍ ତୁଳନାରେ କ୍ଷତକୁ ଭଲ କରିବା ପାଇଁ ଏହା ସମୟ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe