ଗାଡ଼ି ପଛରେ ‘ସକ୍ସେନା ଜୀ’ ଲେଖି ତଣ୍ଡ ଗଣିଲେ କାର୍‌ ଚାଳକ, ୟୁପିରେ ଗାଡ଼ି କିମ୍ବା ନମ୍ବରପ୍ଲେଟ୍‌ରେ ସାଙ୍ଗିଆ ବ୍ୟାନ୍‌

ଗାଡ଼ି ପଛରେ ‘ସକ୍ସେନା ଜୀ’ ଲେଖି ତଣ୍ଡ ଗଣିଲେ କାର୍‌ ଚାଳକ, ୟୁପିରେ ଗାଡ଼ି କିମ୍ବା ନମ୍ବରପ୍ଲେଟ୍‌ରେ ସାଙ୍ଗିଆ ବ୍ୟାନ୍‌

zeenews.india.com

ଲ‌କ୍ଷ୍ନୌ: ଗାଡ଼ି ପଛରେ ନିଜ ସାଙ୍ଗିଆ ଲେଖି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲକ୍ଷ୍ନୌର ଜଣେ ଯୁବକ। ସେ ତାଙ୍କ ଗାଡ଼ି ପଛରେ ‘ସକ୍ସେନା ଜୀ’ ବୋଲି ଲେଖିଥିବାରୁ ଉତ୍ତରପ୍ରଦେଶ ପୁଲିସ୍‌ ତାଙ୍କ ନାମରେ ଚାଲାଣ କାଟିଥିବା ଜାଣିବାକୁ ମିଳିଛି।

ଗତ କିଛି ବର୍ଷ ମଧ୍ୟରେ ଯାଦବ, ଜାଟ୍, ଗୁରୁଜାର୍‌, ବ୍ରାହ୍ମଣ, ପଣ୍ଡିତ, କ୍ଷତ୍ରୀୟ, ଲୋଧି ଏବଂ ମୌର୍ଯ୍ୟ ଭଳି ଜାତିସୂଚକ ଶବ୍ଦ ସବୁ ଉତ୍ତରପ୍ରଦେଶ ତଥା ଦେଶର କେତେକ ସ୍ଥାନରେ ଗାଡ଼ିର ୱିଣ୍ଡ୍‌ସ୍କ୍ରିନ୍‌ କିମ୍ବା ନମ୍ବର ପ୍ଲେଟ୍‌ରେ ପ୍ରଦର୍ଶିତ କରିବା ଏକ ଫ୍ୟାସନରେ ପରିଣତ ହୋଇଛି। ମାତ୍ର ଏହାକୁ ବିରୋଧ କରି ୟୁପି ସରକାର ଏପରି ଗାଡ଼ି ପଛରେ ସାଙ୍ଗିଆ ଲେଖୁଥିବା ଚାଳକଙ୍କ ନାମରେ ଚାଲାଣ କାଟିବା ନିୟମ ଜାରି କରିଛନ୍ତି।

ଜାଣିବାକୁ ମିଳିଛି ଯେ ନିଜ ଗାଡ଼ି ପଛରେ ‘ସକ୍ସେନା ଜୀ’ ଲେଖି ଲକ୍ଷ୍ନୌର ଜଣେ ବ୍ୟକ୍ତି ନାକା ଦେଇ କାନପୁର ଯାଉଥିଲେ। ଗାଡ଼ି ଚେକିଂ ଚାଲିଥିବା କାରଣରୁ ପୁଲିସ୍‌ ତାଙ୍କ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ୍‌ କରିବା ଆରମ୍ଭ କରିଥିଲା। ଠିକ୍‌ ସେହି ସମୟରେ ପୁଲିସ୍‌ ନଜରରେ ପଡ଼ିଥିଲା ତାଙ୍କ ଗାଡ଼ି ପଛରେ ଲେଖାଯାଇଥିବା ‘ସକ୍ସେନା ଜୀ’ ଉପରେ। ପୁଲିସ୍‌ ତାହାକୁ ଦେଖିବା ପରେ ବ୍ୟକ୍ତିଙ୍କ ନାମରେ ପାଞ୍ଚ ଶହ ଟଙ୍କାର ଚାଲାଣ କାଟିବା ସହ ଗାଡ଼ିକୁ ଜବତ କରିଥିବା ଜାଣିବାକୁ ମିଳିଛି।

ରବିବାର ଦିନ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ଅତିରିକ୍ତ ପରିବହନ କମିସନର ମୁକେଶ ଚନ୍ଦ୍ରଙ୍କ ଦ୍ବ‌ାରା ପଠାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ କୌଣସି ବି ବ୍ୟକ୍ତି ନିଜ ଗାଡ଼ିରେ ବା ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଜାତିସୂଚକ ଶବ୍ଦ ବ୍ୟବହାର କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe