Image Courtesy of Yahoo news Malayesia
ଭାଙ୍କୋଭର୍: ମଙ୍ଗଳବାର ଦିନ ବିଶ୍ୱର ପ୍ରଥମ ବ୍ୟାବସାୟିକ ବିଜୁଳିଶକ୍ତି ଚାଳିତ ବିମାନ କାନଡୀୟ ସହର ଭାଙ୍କୋଭର୍ରୁ ଉଦ୍ଘାଟନୀ ତଥା ପରୀକ୍ଷାମୂଳକ ଉଡ଼ାଣ ସମ୍ପନ୍ନ କରିଛି।
ସିଟଲ୍ର ଇଞ୍ଜିନିୟରିଙ୍ଗ୍ କମ୍ପାନି ମ୍ୟାଗ୍ନିକ୍ସର ଚିଫ୍ ଏକ୍ଜିକ୍ୟୁଟିଭ୍ ରୋଇ ଗଞ୍ଜର୍ସ୍କି କହିଛନ୍ତି: ଏଥିରୁ ପ୍ରମାଣିତ ହେଲା ଯେ ସମ୍ପୂର୍ଣ୍ଣ ବୈଦ୍ୟୁତିକ ରୂପରେ ବ୍ୟାବସାୟିକ ବିମାନ ଚଳାଚଳ ସମ୍ଭବପର।
ହାର୍ବର୍ ଏୟାର୍ଲାଇନ୍ସ୍କୁ ଅଂଶୀଦାର କରାଇ ଏହି ବିମାନର ମୋଟର୍ ନିର୍ମାଣ କରିଛି ମ୍ୟାଗ୍ନିକ୍ସ। ଏହି ବିମାନ ପ୍ରଚଳନ ଦ୍ୱାରା ଏୟାର୍ଲାଇନ୍ଗୁଡ଼ିକର ବହୁ ଖର୍ଚ୍ଚ ହ୍ରାସ ପାଇବ ଏବଂ ବାୟୁମଣ୍ଡଳ ଧୂଆଁ ଯୋଗେ ଦୂଷିତ ହେବନାହିଁ। ବୈଦ୍ୟୁତିକ ବିମାନ ଚଳାଚଳର ଯୁବ ଆସିଗଲା ବୋଲି ଏହି ବିମାନ ଉଡ଼ାଣ ଘଟଣା ସୂଚନା ଦେଉଛି।
ଏହି ବିଜୁଳିଚାଳିତ ବିମାନଟିକୁ ୧୫ ମିନିଟ୍ ପାଇଁ ଚଳାଇଥିଲେ ହାର୍ବର୍ ଏୟାର୍ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଗ୍ରେଗ୍ ମ୍ୟାକ୍ଡଗଲ୍।
Follow Us