English News Headlines
ବେଙ୍ଗାଲୁରୁ: ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । କିନ୍ତୁ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ପୁଣି ସଂକ୍ରମିତ ହେବା ମାମଲା ଏବେ ଦେଶରେ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ଏକ ମାମଲା କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁରୁ ସାମ୍ନାକୁ ଆସିଛି । କରୋନାରୁ ସୁସ୍ଥ ହୋଇଥିବା ଜଣେ ୨୭ ବର୍ଷୀୟା ଯୁବତୀ ପୁଣିଥରେ ସଂକ୍ରମିତ ହୋଇଥିବା ବେଙ୍ଗାଲୁରୁର ଫାର୍ଟିସ୍ ହସ୍ପିଟାଲର ସୂଚନା ଦେଇଛି। ବେଙ୍ଗାଲୁରୁରେ କରୋନା ରି-ଇନ୍ଫେକ୍ସନର ଏହା ହେଉଛି ପ୍ରଥମ ମାମଲା ।
India.comଡାକ୍ତରଖାନା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଜଣେ ୨୭ ବର୍ଷୀୟା ମହିଳା ଜୁଲାଇରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସ। ପରେ କରୋନା ନେଗେଟିଭ୍ ବାହାରିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ଏକ ମାସ ପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଫୋର୍ଟିସ୍ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
ସେପଟେ ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, କରୋନା ସଂକ୍ରମଣ ହେବାର ୨-୩ ସପ୍ତାହ ମଧ୍ୟରେ ରୋଗୀ ଶରୀରରେ ଆଣ୍ଟିବଡି ତିଆରି ହୋଇଯାଇଥାଏ। ଯଦ୍ବାରା ଦ୍ବିତୀୟ ଥର କରୋନା ସଂକ୍ରମିତ ହେବା ସମ୍ଭାବନା କମ୍ ରହିଥାଏ। କିନ୍ତୁ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଥିବା ଏକ ଘଟଣା ଏହାକୁ ଭୁଲ ପ୍ରମାଣିତ କରିଛି ବୋଲି କୁହାଯାଉଛି।
Follow Us