ଏମ୍‌ସରେ ପ୍ରଥମ ଥର ଭ୍ରୂଣ ଦାନ: ୫ ମାସର ଭ୍ରୂଣ ଦାନ କଲେ ଜୈନ ଦମ୍ପତି

ଦିଲ୍ଲୀ  ପୀତମପୁରାର ଆଶିଷ ଏବଂ ବନ୍ଦନା ନାମକ ଜଣେ ଜୈନ ଦମ୍ପତି ସେମାନଙ୍କ ୫ ମାସର ଭ୍ରୂଣକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ବନ୍ଦନାଙ୍କର ରୁଟିନ୍‌ ଚେକଅପ୍‌ ସମୟରେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ଚାଲୁନଥିବା ଜଣାପଡ଼ିବାପରେ ବନ୍ଦନା ଏବଂ ତାଙ୍କ ସ୍ବାମୀ ଭ୍ରୁଣ ଦାନ କରିବାକୁ ଚାହିଥିଲେ।

baby

ନୂଆଦିଲ୍ଲୀ: ଦିଲ୍ଲୀ  ପୀତମପୁରାର ଆଶିଷ ଏବଂ ବନ୍ଦନା ନାମକ ଜଣେ ଜୈନ ଦମ୍ପତି ସେମାନଙ୍କ ୫ ମାସର ଭ୍ରୂଣକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ବନ୍ଦନାଙ୍କର ରୁଟିନ୍‌ ଚେକଅପ୍‌ ସମୟରେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ଚାଲୁନଥିବା ଜଣାପଡ଼ିବାପରେ ବନ୍ଦନା ଏବଂ ତାଙ୍କ ସ୍ବାମୀ ଭ୍ରୁଣ ଦାନ କରିବାକୁ ଚାହିଥିଲେ।  ଏଭଳି ଦୁଃଖ ସମୟରେ ଉକ୍ତ ଦମ୍ପତି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବି ସେମାନଙ୍କର ଏହି କାର୍ଯ୍ୟ  ସମାଜ ପାଇଁ ଏକ ପ୍ରେରଣା। ଗବେଷଣା ପାଇଁ ଉକ୍ତ ଦମ୍ପତି ନିଜ ଭ୍ରୂଣକୁ ଦାନ କରିଛନ୍ତି ଏବଂ ଦିଲ୍ଲୀ ଏମ୍ସରେ ଭ୍ରୁଣ ଦାନ ଘଟଣା ପ୍ରଥମ।  

ଆଶିଷ ଜୈନ ହେଉଛନ୍ତି ଜଣେ ବ୍ୟବସାୟୀ।  ବାପା ସୁରେଶ ଜୈନ ଭ୍ରୂଣ ଦାନ ପାଇଁ ତାଙ୍କୁ ବାଟ ଦେଖାଇଥିବା ସେ କହିଛନ୍ତି।  ସୁ‌ରେଶ ଅଗମ ଶ୍ରୀ ଫାଉଣ୍ଡେସନ୍‌ର ନେତୃତ୍ବ ନେଉଛନ୍ତି। ସେ ଦୀର୍ଘ ଦିନ ଧରି ଅଙ୍ଗ ଦାନ ନେଇ ସତର୍କତା କରିବା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe