ପ୍ରଥମ ସ୍ବଦେଶୀ ଇଂଜିନ୍‌ବିହୀନ ଟ୍ରେନ୍

Advertisment
ପ୍ରଥମ ସ୍ବଦେଶୀ ଇଂଜିନ୍‌ବିହୀନ ଟ୍ରେନ୍

ଚେନ୍ନାଇ : ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସ୍ବଦେଶୀ ଢାଞ୍ଚାରେ ନିର୍ମିତ ହୋଇଥିବା‌ ଏକ ଇଂଜିନ୍‌ବିହୀନ ‌େଟ୍ରନ୍‌ ଖୁବ୍‌ ଶୀଘ୍ର ସେବା ଯୋଗାଇ ଦେବ। ବୁଲେଟ୍‌ ଟ୍ରେନ୍‌ ସଦୃଶ‌ ଦେଖାଯାଉଥିବା ଏହି ‌େଟ୍ରନ୍‌ଟି ଆସନ୍ତା କିଛି ସପ୍ତାହ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ। ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ବ୍ୟବହାର ହୋଇଛି। ‌େଟ୍ରନ୍‌ଟି ୧୦୦ କୋଟି ଟଙ୍କା ବ୍ୟୟରେ ୧୮ ମାସ ମଧ୍ୟରେ ନିର୍ମାଣ ହୋଇଛି। ଶତାବ୍ଦୀ ଏବଂ ର‌ାଜଧାନୀ ଏକ୍ସପ୍ରେସ୍‌ଠାରୁ ଏହା ଅଧିକ ବେଗରେ ଗତି କରିବ। ପ୍ରତି ବଗିରେ ୬ଟି ସିସିଟିଭି କ୍ୟାମେରା ଲାଗିଛି। ପ୍ରତି ବଗି ତଳେ ଗୋଟିଏ ଲେଖାଏଁ ମୋଟର ଖଞ୍ଜାଯାଇଛି। ଫଳରେ ଏହା ସ୍ବୟଂଚାଳିତ ଭାବେ ଗତିଶୀଳ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe