୨୦୨୨ର ପ୍ରଥମ ହଜ୍ ଯାତ୍ରା ଆରମ୍ଭ

Advertisment
୨୦୨୨ର ପ୍ରଥମ ହଜ୍ ଯାତ୍ରା ଆରମ୍ଭ

The Cognate

ଶ୍ରୀନଗର : ସାଉଦି ଆରବକୁ ଜମ୍ମୁ-କାଶ୍ମୀରର ୧୪୫ ତୀର୍ଥଯାତ୍ରୀଙ୍କୁ ନେଇ ୨୦୨୨ର ପ୍ରଥମ ହଜ୍ ବିମାନ ଆଜି ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ଛାଡ଼ିଛି। କୋଭିଡ ମହାମାରୀ ହେତୁ ଦୁଇ ବର୍ଷ ବନ୍ଦ ରହିବା ପରେ ସାଉଦି ଆରବକୁ ବାର୍ଷିକ ମୁସଲମାନ ତୀର୍ଥଯାତ୍ରା ଚଳିତ ବର୍ଷ ପୁନଃ ଆରମ୍ଭ ହୋଇଛି। ଜମ୍ମୁ-କାଶ୍ମୀର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବିମାନ ବନ୍ଦରରେ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ହଜ୍ ବିମାନଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳରୁ ସାଉଦି ଆରବକୁ ମୋଟ ୫,୭୩୭ ତୀର୍ଥଯାତ୍ରୀ ପରିବହନ କରିବେ। ଏହି ଯାତ୍ରା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ୧୨ ତାରିଖରେ ଦୁଇଟି ହଜ୍ ବିମାନ ଏବଂ ୧୩ରୁ ଦୈନିକ ତିନିଟି ବିମାନ ତୀର୍ଥଯାତ୍ରୀଙ୍କୁ ନେଇ ଶ୍ରୀନଗରରୁ ମଦିନାକୁ ଯାତ୍ରା କରିବ ବୋଲି ବିମାନବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe