ଆମେରିକାରେ ପ୍ରଥମ ହିନ୍ଦୁ ଆମେରିକୀୟ ଶିଖର ସମ୍ମିଳନୀ: ପ୍ରାୟ ୧୩୦ ପ୍ରମୁଖ ଭାରତୀୟ-ଆମେରିକୀୟ ଯୋଗ ଦେବେ

Advertisment
ଆମେରିକାରେ ପ୍ରଥମ ହିନ୍ଦୁ ଆମେରିକୀୟ ଶିଖର ସମ୍ମିଳନୀ: ପ୍ରାୟ ୧୩୦ ପ୍ରମୁଖ ଭାରତୀୟ-ଆମେରିକୀୟ ଯୋଗ ଦେବେ

Hindustan Times

ୱାସିଂଟନ: ଆମେରିକାରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟମାନଙ୍କର ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୨୦ଟି ହିନ୍ଦୁ-ଆମେରିକୀୟ ସଂଗଠନ ସହ ପ୍ରାୟ ୧୩୦ ଜଣ ବିଶିଷ୍ଟ ଭାରତୀୟ-ଆମେରିକୀୟ ଯୋଗ ଦେବେ। ଆମେରିକାଜ୍୪ହିନ୍ଦୁଜ୍ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ଜୁନ୍ ୧୪ ତାରିଖରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସରକାରଙ୍କ ପାଖରେ ହିନ୍ଦୁ ସମାଜର ସମସ୍ୟା ବିଷୟରେ ଉତ୍ଥାପନ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଦେଶର ଉନ୍ନତିରେ ହିନ୍ଦୁ-ଆମେରିକୀୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି କିନ୍ତୁ ସେମାନଙ୍କୁ ରାଜ‌ନୈତିକଭାବେ ସବୁବେଳେ ଅଣଦେଖା କରାଯାଉଛି। ଏଥିପାଇଁ ସମ୍ମଳିନୀ ମାଧ୍ୟମରେ ହିନ୍ଦୁ-ଆମେରିକୀୟମାନେ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ରମେଶ ଜାପ୍ରା। ଇକ୍ବାଲିଟି ଲାବ୍‌ସ ଓ କେୟାର ପରି ସଂଗଠନଗୁଡ଼ିକ ହିନ୍ଦୁଧର୍ମକୁ ଶେଷ କରିଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମ୍ମିଳନୀରେ ଗୃହ ବାଚସ୍ପତି କେଭିନ ମ୍ୟାକ୍‌କାର୍ଥି ଓ ଉଭୟ ଦଳର ଅନେକ ସାଂସଦ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe