ମଣିଷରୁ ପ୍ରାଣୀକୁ ସଂକ୍ରମିତ ହେଲା ଭୂତାଣୁ; ହଙ୍ଗ୍‌ କଙ୍ଗ୍‌ରେ ‘କୋଭିଡ୍‌-୧୯’ ଆକ୍ରାନ୍ତ ପୋଷା କୁକୁର

Advertisment
ମଣିଷରୁ ପ୍ରାଣୀକୁ ସଂକ୍ରମିତ ହେଲା ଭୂତାଣୁ; ହଙ୍ଗ୍‌ କଙ୍ଗ୍‌ରେ ‘କୋଭିଡ୍‌-୧୯’ ଆକ୍ରାନ୍ତ ପୋଷା କୁକୁର

Image Source: The Times of India

ହଂକଙ୍ଗ୍‌: କରୋନାଭାଇରସ୍‌ରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ମଧ୍ୟ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ମଣିଷ ଦେହରୁ ପ୍ରାଣୀ ଦେହକୁ ଭୂତାଣୁ ସଂକ୍ରମଣର ଏହା ପ୍ରଥମ ଘଟଣା ବୋଲି ବୁଧବାର ଦିନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି।

ଏହି କୁକୁରଟି କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ଜଣେ ୬୦ ବର୍ଷୀୟ ମହିଳାଙ୍କର ବୋଲି ଜଣାପଡ଼ିଛି। ଶୁକ୍ରବାର ଠାରୁ ଏହି କୁକୁରକୁ ‘ଆନିମଲ୍‌ ସେଣ୍ଟର୍‌’ରେ ପୃଥକ୍‌ ରଖାଯାଇ ବାରମ୍ବାର ପରୀକ୍ଷା କରାଗଲାଣି। ପ୍ରତି ପରୀକ୍ଷାରେ ସେ କୁକୁର ଦେହରେ ଆଂଶିକ ସଂକ୍ରମଣ ଥିବା ଜଣାପଡୁଛି।

ହଂକଙ୍ଗ୍‌ ସହରର କୃଷି, ମତ୍ସ୍ୟ ଏବଂ ସଂରକ୍ଷଣ ବିଭାଗ ସଂକ୍ରମିତ କୁକୁରଟିକୁ ବାରମ୍ବାର ପରୀକ୍ଷା କରିଛନ୍ତି। କିନ୍ତୁ, ‘ପୋମେରାନିଆନ୍‌’ ପ୍ରଜାତିର ଏହି କୁକୁର ଦେହରେ ନିମ୍ନ ସ୍ତରର ସଂକ୍ରମଣ ଥିବା ଜଣାପଡୁଛି। କିନ୍ତୁ ତା’ଠାରେ କରୋନାଭାଇରସ୍‌ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉ ନାହିଁ।

publive-image Image Source: The Weather Channel

ମଣିଷ ଦେହରୁ ଭୂତାଣୁ ପ୍ରାଣୀ ଦେହକୁ ସଂକ୍ରମିତ ହେବାରେ ଏହା ସମ୍ଭବତଃ ପ୍ରଥମ ଘଟଣା ବୋଲି ‘ଓ୍ଵର୍ଲଡ୍‌ ଅର୍ଗାନାଇଜେସନ୍‌ ଫର୍‌ ଆନିମଲ୍‌ ହେଲ୍‌ଥ୍‌’ର ବିଶେଷଜ୍ଞମାନେ କହିଛନ୍ତି।

ଏଥିପାଇଁ ହଂକଙ୍ଗ୍‌ ସରକାର ଶୁକ୍ରବାର ଠାରୁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଭାଇରସ୍‌ରେ ଆକ୍ରାନ୍ତ ସମସ୍ତ ପୋଷାଜନ୍ତୁଙ୍କୁ ୧୪ ଦିନ ଲାଗି ପୃଥକ୍‌ ରଖାଯିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe