୩୦ ବର୍ଷ ଭିତରେ ପ୍ରଥମ ଘଟଣା: କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇନାହାନ୍ତି

Advertisment
୩୦ ବର୍ଷ ଭିତରେ ପ୍ରଥମ ଘଟଣା: କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇନାହାନ୍ତି

photo-amarujala

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ସେ ଗତକାଲି ଅପରାହ୍ନରେ ଶ୍ରୀନଗରରେ ପହଞ୍ଚିବା ପରେ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଏହା ଶାହଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ଆଗାମୀ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏହି ଗସ୍ତ ଅବସରରେ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଏକ ପୃଥକ ବୈଠକ ରଖାଯାଇଛି । ଶାହ ବିଜେପି କର୍ମୀ ଏବଂ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି।

publive-image photo-live hindustan

ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା ଯେ, ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ଘାଟିରେ ବିଚ୍ଛିନ୍ନତାବାଦୀ ନେତାମାନେ କୋଣସି ପ୍ରକାରର ବନ୍ଦ ଡାକରା ଦେଇ ନାହାଁନ୍ତି । ବିଗତ ୩୦ ବର୍ଷ ହେବ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିନିଧି ଜମ୍ମୁ କାଶ୍ମୀର ଗସ୍ତରେ ଆସିଲେ ସେହି ସମୟରେ ବିଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇଥାନ୍ତି । କିନ୍ତୁ ଅମିତ ଶାହାଙ୍କ ଗସ୍ତ ସମୟରେ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇ ନାହିଁ ।

ଏହା ଏକ ଭଲ ସଙ୍କେତ ବୋଲି କୁହାଯାଉଛି।ଖାଲି ସେତିକି ନୁହେଁ ବିଚ୍ଛିନ୍ନତାବାଦୀ ନେତାମାନେ ଅମିତ ଶାହାଙ୍କ ସମୟରେ ସାବାଡ଼ ହୋଇଯିବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe