ଫିଫା ବିଶ୍ବକପରେ ଦର୍ଶକ ଓ ଖେଳାଳିଙ୍କୁ ମିଳିବ ଶୀତଳତା

ବିଶ୍ବରେ ପ୍ରଥମ: ଖୋଲା ଷ୍ଟାଡିୟମରେ ଲାଗିବ ଏସି

ଫିଫା ବିଶ୍ବକପରେ ଦର୍ଶକ ଓ ଖେଳାଳିଙ୍କୁ ମିଳିବ ଶୀତଳତା

dainik bhaskar

ଦୋହା: କାତାରରେ ଏବର୍ଷ ୨୧ ନଭେମ୍ବରରୁ ୧୮ ଡିସେମ୍ବର ପର୍ଯ୍ୟନ୍ତ ଫିଫା ବିଶ୍ଵକପ ଖେଳାଯିବ। କାତାର ନିଜ ଦେଶର ୮ଟି ଷ୍ଟାଡିୟମରେ ଏଥିପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର କରିଛି। କୋଟି କୋଟି ଡଲାର ଖର୍ଚ୍ଚ କରାଯାଇ ଖେଳାଳି ଓ ଦର୍ଶକଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ବାହାରେ ତାପମାତ୍ରା ଅଧିକ ରହୁଥିବାରୁ ଖୋଲା ଷ୍ଟାଡିୟମକୁ ଶୀତଳ କରିବା ପାଇଁ ଏସି ଲଗାଇବା ସୁବିଧା କରାଯାଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଏଭଳି ବ୍ୟବସ୍ଥା କରାଯାଇଥିବାରୁ ଚଳିତବର୍ଷ ଖେଳାଳି ଓ ଦର୍ଶକଙ୍କୁ ଗରମ ଦାଉରୁ ରକ୍ଷା ମିଳିବ ବୋଲି କୁହାଯାଇଛି।

ବାହାରେ ତାପମାତ୍ରା ୫୫, ପଡିଆରେ ୨୨ ଡିଗ୍ରୀ

ଗଲ୍ଫ ଦେଶମାନଙ୍କରେ ମରୁଭୂମି ଥିବାରୁ ଏଠାକାର ତାପମାତ୍ରା ଅନ୍ୟ ଦେଶମାନଙ୍କ ଅପେକ୍ଷା ଅଧିକ ରହିଥାଏ। ତେଣୁ ଏସି ଲଗାଗଲେ ଖେଳାଳି ଓ ଦର୍ଶକ ସୁବିଧାରେ ଖେଳ ଉପଭୋଗ କରିପାରିବେ। ବିଶ୍ବରେ ପ୍ରଥମ ଥର ପାଇଁ ଖୋଲା ଷ୍ଟାଡିୟମକୁ ଶୀତତାପ ନିୟନ୍ତ୍ରିତ କରାଯାଉଛି। ଷ୍ଟାଡିୟମ ବାହାରରର ତାପମାତ୍ରା ୫୫ ଡିଗ୍ରୀ ସେଲସିୟସ ରହୁଛି। କିନ୍ତୁ ଭିତରର ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ ରହିବ ବୋଲି ଅନୁମାନ କରାଯାଉଛି।

ଷ୍ଟାଡିୟମରେ ଡକ୍ଟର ସାଉଦ ଗନି ନାମକ ପ୍ରସିଦ୍ଧ ମେକାନିକାଲ୍ ଇଞ୍ଜିନିୟର ଏସି ଲଗାଇବା ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ସମୟରେ ଗନି ଉପଲବ୍ଧି କରିଥିଲେ ଯେ ତାଙ୍କୁ ପୁରା ଷ୍ଟାଡିୟମକୁ ଥଣ୍ଡା କରିବାର ଆବଶ୍ୟକତା ନାହିଁ। କେବଳ ପଡିଆ ଓ ପ୍ରଶଂସକଙ୍କ ଷ୍ଟାଣ୍ଡ ନିକଟ ଅଞ୍ଚଳ ଥଣ୍ଡା ରହିବା ଦରକାର। ଏହାପରେ ସେ ‘ସ୍ପଟ୍ କୁଲିଂ ସିଷ୍ଟମ’କୁ ବିକଶିତ କରିଥିଲେ। ଏହାଦ୍ଵାରା କେବଳ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକୁ ଥଣ୍ଡା କରିବାରେ ସଫଳତା ମିଳିଥିଲା।

ଏହି କୃତ୍ରିମ କୁଲିଂ ଟେକ୍ନୋଲୋଜିରେ ଫିଲଟେରେସନ୍ ବ୍ୟବସ୍ଥା ମଧ୍ୟ ଅଛି, ଯେପରି କାର୍ ଗୁଡିକରେ ଥାଏ। ଯଦି ପବନ ଦୂଷିତ ହୁଏ ତେବେ ତାହାକୁ ସଫା ମଧ୍ୟ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe