ନୂଆଦିଲ୍ଲୀ: କୋଭିଡ୍-୧୯ ସଂଗ୍ରାମରେ ଭାଗ ନେଇ ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ତଥା ଫାଷ୍ଟ୍ ଲେଡି ସବିତା କୋବିନ୍ଦ ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ରେ ଥିବା ଶକ୍ତି ହାଟରେ ଫେସ୍ ମାସ୍କ୍ ସିଲେଇ କରିଛନ୍ତି।
ଦିଲ୍ଲୀ ଅର୍ବାନ୍ ସେଲ୍ଟର୍ ଇମ୍ପ୍ରୋଭ୍ମେଣ୍ଟ୍ ବୋର୍ଡର କେତେକ ସେଲ୍ଟର୍ ହୋମ୍ରେ ଏହି ମାସ୍କଗୁଡ଼ିକ ବଣ୍ଟନ ହେବ। ମାସ୍କ୍ ସିଲେଇ କରୁଥିବା ବେଳେ ଲାଲ୍ କପଡ଼ାରେ ତିଆରି ମାସ୍କ୍ରେ ଫାଷ୍ଟ୍ଲେଡି ନିଜ ମୁହଁ ଆବୃତ କରିଥିଲେ।
ମାସ୍କ୍ ସିଲେଇ କରି ଫାଷ୍ଟ୍ଲେଡି ଦର୍ଶାଇ ଦେଇଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍-୧୯ ବିରୋଧରେ ମିଳିତ ସଂଗ୍ରାମ ଚଳାଇ ପାରିବେ।
Image Source: Hindustan Timesକରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
କରୋନାଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ଲୋକେ ସାଦା କପଡ଼ାରେ ତିଆରି ମାସ୍କ୍, ତିନି-ପରସ୍ତିଆ ସର୍ଜିକାଲ୍ ମାସ୍କ୍ ଏବଂ ଏ୯୫ ରେସ୍ପାଇରେଟର୍ ପରିଧାନ କରୁଛନ୍ତି।
Follow Us