ମହାରାଷ୍ଟ୍ର ପାଇଁ ଆସିଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା

ଆଗାମୀ ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରଥମ ଦଫାରେ ୪୮ ଜଣଙ୍କ ନାଁ ଜାରି କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲେ ଓ ପୃଥ୍ବୀରାଜ ଚଭନଙ୍କ ନାଁ ଏହି ତାଲିକାରେ ରହିଛି ।

cong

ମୁମ୍ବାଇ : ଆଗାମୀ ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରଥମ ଦଫାରେ ୪୮ ଜଣଙ୍କ ନାଁ ଜାରି କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲେ ଓ ପୃଥ୍ବୀରାଜ ଚଭନଙ୍କ ନାଁ ଏହି ତାଲିକାରେ ରହିଛି । କରାଡ ଦକ୍ଷିଣରୁ ପୃଥ୍ବୀରାଜଙ୍କୁ ଟିକେଟ ଦିଆଯାଇଥିବାବେଳେ ନାନା ପାଟୋଲେଙ୍କୁ ସାକୋଲିରୁ ଟିକେଟ୍ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ନୀତୀନ ରାଉତଙ୍କୁ ନାଗପୁର ଉତ୍ତର ଆସନରୁ ଟିକେଟ ଦିଆଯାଇଛି ।

ମହାବିକାଶ ଆଘାଡି(ଏନଭିଏ)ର ନିଷ୍ପତ୍ତି ଅନୁସାରେ କଂଗ୍ରେସ, ଶିବସେନା (ଉଦ୍ଧବ) ଓ ଏନସିପି (ଏସସିପି) ୮୫ ଲେଖାଏଁ ଆସନରେ ଲଢୁଛନ୍ତି । ମହାରାଷ୍ଟ୍ରରେ ମୋଟ ୨୮୮ଟି ଆସନ ଥିବାବେଳେ ଅବଶିଷ୍ଟ ଆସନ ସଂପର୍କରେ ନିଷ୍ପତ୍ତି ହୋଇନାହିଁ । 

ମହାରାଷ୍ଟ୍ର କଂଗ୍ରେସ ତାଲିକା ଅନୁଯାୟୀ ସଙ୍ଗମନେର ବିଧାନସଭା ଆସନରୁ ବାଲାସାହେବ ଥୋରାଟଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଳାସରାଓ ଦେଶମୁଖଙ୍କ ଦୁଇ ପୁଅ ଧୀରଜ ବିଳାସରାଓ ଦେଶମୁଖଙ୍କୁ ଲାଟୁର ଗ୍ରାମୀଣ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅମିତ ଦେଶମୁଖଙ୍କୁ ଲାଟୁର ସହର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଦଳ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ପ୍ରଫୁଲ୍ଲ ବିନୋଦରାଓ ଗୁଢ଼େଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe