ପ୍ରାପ୍ତ ବୟସ୍କ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ଭାରତରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

Advertisment
ପ୍ରାପ୍ତ ବୟସ୍କ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ଭାରତରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲୀ: କୋଭିଡ୍‌-୧୯‌ଦ୍ବାରା ଆକ୍ରାନ୍ତ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ କରିଛି।

‘ଫେବିସ୍ପ୍ରେ’ର ପ୍ରସ୍ତୁତି ଏବଂ ବିକ୍ରୟ ଲାଗି ‘ଗ୍ଲେନ୍‌ମାର୍କ’ ତ୍ବରାନ୍ବିତ ଅନୁମୋଦନ ପ୍ରକ୍ରିୟାର ଅଂଶବିଶେଷ ଭାବେ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ ଠାରୁ ଅନୁମ‌ୋଦନ ପାଇଛି। କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଏହି ଔଷଧକୁ ନାକପୁଡ଼ା ଭିତରେ ‘ସ୍ପ୍ରେ’ କରାଯିବ।

ଏ ସଂକ୍ରାନ୍ତରେ ଜାରି ଔପଚାରିକ ବିବୃତିରେ ଉଲ୍ଲେଖ ଅଛି: ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ଏହି ଔଷଧ ୨୪ ଘଣ୍ଟାରେ ୯୪% ଏବଂ ୪୮%ରେ ୯୯% ଭୂତାଣୁ ହ୍ରାସ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ନିରାପଦ ସାବ୍ୟସ୍ତ ହୋଇଥିବା ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’କୁ (ନନ୍‌ସ୍‌) କୋଭିଡ୍‌-୧୯ ରୋଗୀମାନେ ଭଲ ଭାବେ ସହ୍ୟ କରିପାରୁଛନ୍ତି। ‘ଫେବିସ୍ପ୍ରେ’ ନାମରେ ‌‘ଗ୍ଲେନ୍‌ମାର୍କ’ ‘ନନ୍‌ସ୍‌’ ବିକ୍ରୟ କରୁଛି।

publive-image Image Courtesy of NDTV

କମ୍ପାନି କହିଛି ଯେ, ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’କୁ ନାସିକୀୟ ‘ମ୍ୟୁକୋସା’ ଉପରେ ସ୍ପ୍ରେ କରିବାଦ୍ବାରା ଏହା ଭୂତାଣୁ ପାଇଁ ବାସ୍ତବ ଏବଂ ରାସାୟନିକ ପ୍ରାଚୀର ଭଳି କାର୍ଯ୍ୟ କରିଥାଏ।

କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ଏହି ‘ସ୍ପ୍ରେ’କୁ ଗୋଟାଏ ଫଳପ୍ରଦ ଏବଂ ନିରାପଦ ଭୂତାଣୁ ବିରୋଧୀ ଚିକିତ୍ସା ବୋଲି କହି ‘ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍‌ସ୍‌ ଲିମିଟେଡ୍‌’ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବର୍ଟ କ୍ରୋକାଟ୍‌ କହିଛନ୍ତି, ଏହା ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଏବଂ ସମୁଚ୍ଚିତ ସମୟରେ ଚିକିତ୍ସା ପାଇଁ ବିକଳ୍ପ ହୋଇପାରିବ ବୋଲି ଆମର ଭରସା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe