କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଲେ ଇସ୍ରୋ ଅଧ୍ୟକ୍ଷ ଶିବନ; ପ୍ରଶଂସାରେ ଶତମୁଖ ଜନତା ତାଙ୍କୁ ଦେଲେ ‘ଜାତୀୟ ହିରୋ’ର ଆଖ୍ୟା; ଜାଣନ୍ତୁ କାହିଁକି?...

Advertisment
କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଲେ ଇସ୍ରୋ ଅଧ୍ୟକ୍ଷ ଶିବନ; ପ୍ରଶଂସାରେ ଶତମୁଖ ଜନତା ତାଙ୍କୁ ଦେଲେ ‘ଜାତୀୟ ହିରୋ’ର ଆଖ୍ୟା; ଜାଣନ୍ତୁ କାହିଁକି?...

One India

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ ଡ. କେ. ଶିବନଙ୍କର ସାକ୍ଷାତକାର ନେଉଥିବା ଏକ ଟିଭି ସମ୍ବାଦିକଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡ. ଶିବନ ଆଜି ତାଙ୍କୁ ମୁହଁତୋଡ଼୍‍ ଜବାବ ଦେବା ସହ ନିଜର ଉତ୍ତରରେ କୋଟି କୋଟି ଭାରତୀୟଙ୍କର ହୃଦୟକୁ ଜିତି ନେଇଛନ୍ତି।

ସନ୍‌ ଟିଭିର ସାମ୍ବାଦିକ ଆଜି ଇସ୍ରୋର ଅଧ୍ୟକ୍ଷ ଡ. କେ. ଶିବନଙ୍କର ଏକ ସାକ୍ଷାତକାର ନେଉଥିବା ଅବସରରେ ତାଙ୍କୁ ପ୍ରଶ୍ନ କରିଥିଲେ; ‘ଆପଣ ଜଣେ ତାମିଲିଆନ୍‌ ହୋଇ ଏତେ ବଡ଼ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ତେଣୁ ତାମିଲନାଡ଼ୁର ଜନତାଙ୍କୁ ଆପଣ କ’ଣ କହିବେ?’

publive-image Sun Tv

ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଇସ୍ରୋ ଅଧ୍ୟକ୍ଷ ଡ. ଶିବନ କହିଥିଲେ, ‘ମୁଁ ଇସ୍ରୋରେ ଯୋଗ ଦେଇଥିଲି ଜଣେ ଭାରତୀୟ ଭାବେ। ସର୍ବ ପ୍ରଥମେ ମୁଁ ଜଣେ ଭାରତୀୟ। ଇସ୍ରୋ ହେଉଛି ଏପରି ଏକ ପ୍ରତିଷ୍ଠାନ ଦେଶର ବିଭିନ୍ନ ଅଞ୍ଚଳରୁ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ଯୋଗ୍ୟତା ଭତ୍ତିରେ ଲୋକେ ଆସି ଏଠାରେ ଯୋଗ ଦେବା ସହ ନିଜ ନିଜର ଯୋଗଦାନ ଦିଅନ୍ତି। କିନ୍ତୁ, ମୁଁ ମୋର ଦେଶର ଭାଇମାନଙ୍କ ନିକଟରେ କୃତଜ୍ଞ, ଯେଉଁମାନେ ମୋ ସଫଳତାକୁ ନେଇ ଉତ୍ସବ ମନାଉଛନ୍ତି।’

ତେବେ, ଇସ୍ରୋ ଅଧ୍ୟକ୍ଷ ଡ. ଶିବନଙ୍କର ଏହି ସାକ୍ଷାତକାର ପ୍ରସାରିତ ହେବାପରେ ତାଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି। ନିଜ ଜାତୀୟତାକୁ ଅଗ୍ରପ୍ରାଧାନ୍ୟ ଦେଇ ସେ କୋଟି କୋଟି ଭାରତୀୟଙ୍କର ହୃଦୟକୁ ଜିତି ନେଇଛନ୍ତି। ଭାରତୀୟମାନେ ତାଙ୍କୁ ‘ଜାତୀୟ ହିରୋ’ର ଆଖ୍ୟା ଦେବା ସହ ତାଙ୍କ ପ୍ରଶଂସାରେ ଏବେ ଶତମୁଖ ହୋଇ ଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe