ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ!

Advertisment
୫୭ ରାଷ୍ଟ୍ରରେ ଓମିକ୍ରନ୍‌ର ବିଏ.୨-ପ୍ରଜାତି, ଡେଲ୍‌ଟା ପରି ମାରାତ୍ମକ ହେବନାହିଁ

fox5sandiego.com

ମୁମ୍ବାଇ : ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି। ନିକଟରେ ନାଇଜେରିଆରୁ ଫେରିଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଗତ ୨୮ ତାରିଖରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା ।। ପିମ୍ପରି ଛିଞ୍ଚୱାଡ଼ା ପୌର ନିଗମର ଯଶୱନ୍ତପୁର ହସ୍ପିଟାଲ୍‌ରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେ ଦୀର୍ଘ ୧୩ ବର୍ଷ ଧରି ମଧୁମେହରେ ପୀଡ଼ିତ ଥିଲେ। ସରକାର ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ବୋଲି କହିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ସେ ଓମିକ୍ରନ୍‌ ସଂକ୍ରମିତ ଥିଲେ। ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଗୁରୁବାର ଦିନ ୧୯୮ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦। ଅନ୍ୟପକ୍ଷେ ରାଜ୍ୟରେ ଆଜି ୫,୩୬୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୩,୬୭୧ ମାମଲା ମୁମ୍ବାଇରୁ ରହିଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ‌ଟୋପେ କହିଛନ୍ତି, ପ୍ରାୟ ୪ ହଜାର ନୂଆ ମାମଲା ସହ ମୁମ୍ବାଇର କେସ୍‌ ପଜିଟିଭ୍‌ ହାର ୮.୪୮ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe