ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ

Advertisment
ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ

youthistaan

ଲକ୍ଷ୍ନୌ: କରୋନା ପରେ ଚିନ୍ତା ବଢ଼ାଇଲାଣି ଜିକା ଭୂତାଣୁ। କେରଳ ଓ ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ପ୍ରବେଶ କଲା ଜିକା ଭୂତାଣୁ।ୟୁପିର କାନପୁରରୁ ରାଜ୍ୟର ପ୍ରଥମ ଜିକା ଭୂତାଣୁ ଦ୍ବାରା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି। ଜିକା ରୋଗୀ ଚିିହ୍ନଟ ହେବା ପରେ ଦିଲ୍ଲୀର ଏକ ବିଶେଷଜ୍ଞ ଦଳ କାନପୁରରେ ପହଞ୍ଚି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରି ସମସ୍ତ ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି। ରୋଗୀଜଣକ ବାୟୁସେନା ଷ୍ଟେସନର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।

ଜିକା ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ଚିହ୍ନଟ କରାଯିବା ପରେ ତାଙ୍କୁ ବର୍ତ୍ତମାନ ବାୟୁସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିକା ଭାଇରସରେ ପୀଡିତ ବାୟୁସେନା ଷ୍ଟେସନ କର୍ମଚାରୀ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ।  ଲକ୍ଷଣକୁ ଭିତ୍ତି କରି ଡାକ୍ତରଖାନା ପକ୍ଷରୁ ତାଙ୍କ ନମୁନାକୁ ପୁନେକୁ ପରୀକ୍ଷା ପାଇଁ ପଠାଯାଇଥିଲା, ଯାହା ପରେ ସେ ଜିକା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୟୁପିରେ ପ୍ରଥମ ଜିକା ରୋଗୀ ଚିହ୍ନଟ ପରେ ଭୂତାଣୁ ବିସ୍ତାରକୁ ଯାଞ୍ଚ କରିବା ପାଇଁ ଦଶଟି ଦଳ ଗଠନ କରାଯାଇ କାନପୁରକୁ ପଠାଇଦିଆଯାଇଛି।

ଏହି ଦଳ ଭୂତାଣୁ ବିସ୍ତାରକୁ ରୋକିବା ଏବଂ ପୀଡ଼ିତଜଣକ କେମିତ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ତାହା ଜାଣିବା ପାଇଁ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe