ଜମ୍ମୁ ଓ କଶ୍ମୀର : ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର ସୋମବାର ସଂଧ୍ୟାରେ ଶେଷ ହୋଇଛି।

jk

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର ଶେଷ ହୋଇଛି। ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ବିଭକ୍ତ କରିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ।

ରୋଚକ କଥା ହେଉଛି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୦୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ସ୍ୱାଧୀନ ପ୍ରାର୍ଥୀ ବୋଲି ଜଣାପଡ଼ିଛି ।  ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ଭୋଟ୍ ବିଭାଜନ ଉଦ୍ଦେଶ୍ୟରେ ପ୍ରାର୍ଥୀ କରିଛି ବୋଲି କେତେକ ବିରୋଧୀ ଦଳ ଦାବି କରିଛନ୍ତି । ନ୍ୟାସନାଲ କନଫରେନ୍ସ (ଏନସି), କଂଗ୍ରେସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଭିଯୋଗ କରିଛନ୍ତି ଯେ ଅଧିକ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାରୁ ସେମାନେ 'ଦିଲ୍ଲୀ'ରୁ ସମର୍ଥନ ପାଉଛନ୍ତି।

୨୦୨୨ ମସିହାରେ ସୀମା ନିର୍ଦ୍ଧାରଣ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ୮୭ରୁ ୯୦କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ କଶ୍ମୀର ଉପତ୍ୟକାରେ ୪୭ ଓ ଜମ୍ମୁରେ ୪୩ ଆସନ ରହିଛି। 

ତିନି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମୋଟ ୩୬୫ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏହା ଦ୍ବିତୀୟ ସର୍ବାଧିକ ସଂଖ୍ୟା। ଅମରନାଥ ଜମି ବିବାଦ ଆନ୍ଦୋଳନ ପରେ ଅନୁଷ୍ଠିତ ୨୦୦୮ ବିଧାନସଭା ନିର୍ବାଚନରେ ୪୬୮ ଜଣ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe