(Photo credit: @Dassault_OnAir by G. Gosset)
ନୂଆଦିଲ୍ଲୀ : ପ୍ରକାଶ ପାଇଲା ଭାରତୀୟ ବାୟୁସେନାର ରାଫେଲ୍ ଆର୍ବି ୦୦୨ର ପ୍ରଥମ ଫଟୋ। ପୂର୍ବରୁ ଭାରତକୁ ଆର୍ବି-୦୦୧ରାଫେଲ ବିମାନ ହସ୍ତାନ୍ତର କରିଛି ଫ୍ରାନ୍ସ । ଏହାକୁ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ୟାରିସ୍ ଯାଇଥିବା ବେଳେ ଭାରତକୁ ତେବେ ଯୁଦ୍ଧ ବିମାନକୁ ଗ୍ରହଣ କରିବା ପୂର୍ବରୁ ରାଜାଥ ସିଂହ ପ୍ରଥମେ ଶସ୍ତ୍ର ପୂଜା କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ୟାରିସ୍ର ବାୟୁସେନା ଘାଟିରେ ରାଜନାଥ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ଗ୍ରହଣ କରିଥିଲେ।
Rafale RB 002
Rafale RB 002ଭାରତୀୟ ବାୟୁସେନା ମୁଖ୍ୟ ଆରକେ ଭଦୁରିଆଙ୍କ ନାଁରେ ଏହି କୋଡ ନମ୍ବର ଦିଆଯାଇଛି। କାରଣ ଆରକେ ଭଦୁରିଆ ହିଁ ରାଫେଲ ଚୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୋଦୀ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।
indiatoday.inଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ଭାରତ ଏହାର ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ହାସଲ କରିଛି। ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଆଭିଏସନ୍ ଦ୍ବାରା ପ୍ରସ୍ତୁତ ରାଫେଲ୍ ଜେଟ୍ ଭାରତୀୟ ବାୟୁସେନାର ଶକ୍ତିକୁ ଯଥେଷ୍ଟ ବଢ଼ାଇବ ବୋଲି ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୋରିଆ କହିଛନ୍ତି।
Follow Us