ଅପରେସନ୍‌ ମହାଦେବରେ ନିହତ ଦୁଇ ପହଲଗାମ୍‌ ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ଜାରି ହେଲା

Advertisment

ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା 'ଅପରେସନ୍ ମହାଦେବ' ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି।

ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା 'ଅପରେସନ୍ ମହାଦେବ' ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି।

New Project (25)

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା 'ଅପରେସନ୍ ମହାଦେବ' ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି। ଏପ୍ରିଲ୍‌ ୨୨ ତାରିଖରେ ହୋଇଥିବା ପହଲ୍‌ଗାମ୍‌ ଆକ୍ରମଣରେ ସାମିଲ୍‌ ଥିବା ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଏବେ ୨ ଜଣଙ୍କ ଫଟୋ ପ୍ରକାଶ ପାଇଛି। ସେ  ଦୁଇ ଜଣ ହେଲେ ହବିବ ତହିର୍‌ ଏବଂ ଜିବ୍‌ରନ୍‌। ଦୁଇ ଜଣ ଯାକ ପାକିସ୍ତାନୀ ଏବଂ ସୋମବାର ମିଳିତ ବାହିନୀରର ଅପରେସନ୍‌ରେ ସେ ଗୁଳିମାଡ଼ରେ ଟଳି ପଡ଼ିଥିଲେ।

ଏନକାଉଣ୍ଟର ପରେ, ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୪ କାର୍ବାଇନ୍, ଏକେ-୪୭ ରାଇଫଲ୍, ୧୭ ରାଇଫଲ୍ ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଗୁଇନ୍ଦା ସୂଚନା ଆଧାରରେ ଗତକାଲି ସକାଳେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। 

ପହଲଗାମ ଆକ୍ରମଣର ୯୬ ଦିନ ପରେ ଆରମ୍ଭ ହୋଇଥିବା ଅପରେସନ୍ ମହାଦେବରେ ସେନା ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାସିମ ମୂସାକୁ ନିପାତ କରିବାରେ ସଫଳ ହୋଇଥିଲା। 

୨୮ ଜୁଲାଇ ୨୦୨୫ ସକାଳେ, ସେନା ଅଞ୍ଚଳକୁ ଘେରିଥିଲା। ହାସିମ୍ ଏବଂ ତାଙ୍କର ଦୁଇ ସାଥୀ ଗୁଳି ଚଳାଇବା ଆରମ୍ଭ କରିଥିଲେ, କିନ୍ତୁ ୬ ଘଣ୍ଟାର ଏନକାଉଣ୍ଟର ପରେ ତିନିଜଣ ନିହତ ହୋଇଥିଲେ। ଏନକାଉଣ୍ଟର ପରେ ଏକେ-୪୭, ଗ୍ରେନେଡ୍ ଏବଂ ଆଇଇଡି (ବମ୍) ଉଦ୍ଧାର କରାଯାଇଥିଲା। ହାସିମ୍ ଠାରୁ ପାକିସ୍ତାନୀ ପାସପୋର୍ଟ ଏବଂ ସାଟେଲାଇଟ୍ ଫୋନ୍ ମଧ୍ୟ ମିଳିଛି, ଯାହା ଆଇଏସଆଇ ସହିତ ସମ୍ପର୍କ ଦର୍ଶାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe