ସେପ୍ଟେମ୍ବରରେ ଭାରତକୁ ମିଳିବ ପ୍ରଥମ ରାଫେଲ, ବିବାଦକୁ ଖାତିର ନାହିଁ : ଫ୍ରାନ୍ସ ମନ୍ତ୍ରୀ

ସେପ୍ଟେମ୍ବରରେ ଭାରତକୁ ମିଳିବ ପ୍ରଥମ ରାଫେଲ, ବିବାଦକୁ ଖାତିର ନାହିଁ : ଫ୍ରାନ୍ସ ମନ୍ତ୍ରୀ

aeronewstv.com

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ଭାରତକୁ ଫ୍ରାନ୍ସ ପ୍ରଥମ ରାଫେଲ ବିମାନ ପ୍ରଦାନ କରିବ। ଏହାପରେ ୩୫ଟି ରାଫେଲ ବିମାନ ଗୋଟିଏ ପରେ ଗୋଟିଏ ଭାରତକୁ ମିଳିବ। ଫ୍ରାନ୍ସର ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜିନ୍ ବାପ୍ଟିଜ୍ ଲିମୋୟିନ୍ ଏହି ସୂଚନା ଦେଇଛନ୍ତି।

ରାଫେଲ ବିମାନ‌କୁ ନେଇ ଦେଖାଦେଇଥିବା ବିବାଦ ପ୍ରସଙ୍ଗରେ ମନ୍ତ୍ରୀ ଲିମୋୟିନ୍ କହିଛନ୍ତି, ଆମେ ବିବାଦକୁ ଖାତିକ କରୁନା। ଆମେ ଏ ନେଇ ଏକ ନକ୍ସା ପ୍ରସ୍ତୁତ କରିଛୁ। ଏହା ଦୁଇ ଦେଶର ସ୍ବାର୍ଥ ପ୍ରସଙ୍ଗ ଏବଂ ଭାରତର ଉତ୍ତମ ‌ସାର୍ବଭୌମତ୍ବ ପାଇଁ ରାଫେଲ ଏକ ସାଧନ ବୋଲି ସେ କହିଛନ୍ତି। ଫ୍ରାନ୍ସର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରିଥିବା ପୂରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ଲିମୋୟିନ ଏହା କହିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରସ୍ତାବକୁ ସେ ସ୍ବାଗତ କରିଛନ୍ତି। ମୋଦୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଫ୍ରାନ୍ସର କୌଣସି ମନ୍ତ୍ରୀଙ୍କର ଏହା ପ୍ରଥମ ଭାରତ ଗସ୍ତ। ଲିମୋୟିନ ଏହି ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ସିଆଇଆଇ ପ୍ରତିନିଧିଙ୍କୁ ଭେଟିବା ପରେ ଆଜି ବିଳମ୍ବିତ ରାତିରେ ଫ୍ରାନ୍ସ ଫେରିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe