୨୯ ମାର୍ଚ୍ଚରେ ଏସବୁ ଦେଶରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

୨୦୨୫ ମସିହାର ମାର୍ଚ୍ଚ ମାସ ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହେବ, କାରଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ହେବ। ଯାହା ଏକ ଆଂଶିକ ସୂର୍ଯ୍ୟପରାଗ ହେବ। ଏହି ମହାଜାଗତିକ ଜ୍ୟୋତିର୍ବିଜ୍ଞାନ ଘଟଣା ୟୁରୋପ, ଉତ୍ତର ଆଫ୍ରିକା ଏବଂ ଉତ୍ତର ମେରୁର କିଛି ଅଂଶରେ ଦୃଶ୍ୟମାନ ହେବ...

first solar-eclipse of the year in these countries on March 29

first solar-eclipse of the year in these countries on March 29 Photograph: (sambad.in)

ୱାଣିଂଟନ: ୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ଦୃଶ୍ୟମାନ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ନୁହେଁ ବରଂ ଆଂଶିକ ସୂର୍ଯ୍ୟପରାଗ ହେବ। କାରଣ ଚନ୍ଦ୍ରର କେନ୍ଦ୍ରୀୟ ଛାୟା ପୃଥିବୀର ଦକ୍ଷିଣ ଭାଗ ଦେଇ ଗତି କରିବ। ଏହି ମହାଜାଗତିକ ଜ୍ୟୋତିର୍ବିଜ୍ଞାନ ଘଟଣା ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହା ଯୋଗୁ ଉତ୍ତର ମେରୁରେ ଚାରି ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଅନ୍ଧକାର ଘୋଟିବ। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୧୪ ନିୟୁତ ଲୋକ ଏହି ଆଂଶିକ ସୂର୍ଯ୍ୟପରାଗ ଦେଖିପାରିବେ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକାର ଉତ୍ତର-ପୂର୍ବ ଅଞ୍ଚଳ, ୟୁରୋପ ଏବଂ ଉତ୍ତର ରୁଷିଆରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟପରାଗ ବିଶେଷ ଭାବରେ କାନାଡା, ପର୍ତ୍ତୁଗାଲ, ସ୍ପେନ, ଆୟରଲ୍ୟାଣ୍ଡ, ଫ୍ରାନ୍ସ, ୟୁନାଇଟେଡ କିଙ୍ଗଡମ, ଡେନମାର୍କ, ଜର୍ମାନୀ, ନରୱେ, ଫିନଲ୍ୟାଣ୍ଡ ଏବଂ ରୁଷିଆରେ ଦୃଶ୍ୟମାନ ହେବ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ଏବଂ ରକ୍ତପାତ ସାଧାରଣ କଥା, ଏକ ଆଧୁନିକ ଏବଂ ଶକ୍ତିଶାଳୀ ସେନା ସମୟର ଆବଶ୍ୟକତା: କିମ୍

ତେବେ ଏହି ମହାଜାଗତିକ ଜ୍ୟୋତିର୍ବିଜ୍ଞାନ ଦୃଶ୍ୟ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଆଫଗାନିସ୍ତାନ, ଫିଜି, ମରିସସ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଦୃଶ୍ୟମାନ ହେବ ନାହିଁ।

ଏହି ଗ୍ରହଣ ପ୍ରାୟ ଚାରି ଘଣ୍ଟା ଧରି ରହିବ। ଏହା ସକାଳ ୭ଟା ୫୦ ପ୍ୟାରିସ ସମୟରେ ଆରମ୍ଭ ହେବ, ଯେତେବେଳେ ଏହାର ସର୍ବାଧିକ ପ୍ରଭାବ ପୂର୍ବାହ୍ନ ୧୧ଟା ୪୭ରେ ଦୃଶ୍ୟମାନ ହେବ। ଏହା ପ୍ରାୟ ଅପରାହ୍ନ ୧ଟା ୪୩ ରେ ଶେଷ ହେବ। ସୂର୍ଯ୍ୟପରାଗର କେନ୍ଦ୍ରୀୟ ରେଖାର ନିକଟତର ଲୋକମାନେ ସୂର୍ଯ୍ୟର ଏକ ବଡ଼ ଅଂଶ ଆଚ୍ଛାଦିତ ହୋଇଥିବାର ଦୃଶ୍ୟ ଦେଖିବେ।

ଅଧିକ ପଢ଼ନ୍ତୁ: ଡ଼ିଏମକେ ନେତାଙ୍କ ପାଖରେ ଅଛି ଦୁର୍ନୀତିର ମାଷ୍ଟର ଡିଗ୍ରୀ: ଶାହା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe