ଗୁଜରାଟରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା

Advertisment
‘ମଙ୍କିପକ୍ସ’ର ନାମ ଏବେ ‘ଏମ୍‌ପକ୍ସ’

Image Courtesy of India Today

ଅହମଦାବାଦ : ଗୁଜରାଟରେ ଆଜି ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଜାମନଗର ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଯୁବକଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଛି। ତାଙ୍କୁ ଜିଜି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ନମୁନା ଟେଷ୍ଟିଂ ପାଇଁ ପଠାଯାଇଛି। ନିକଟରେ ସେ କୌଣସି ବିଦେଶ ଗସ୍ତ କରିନାହାନ୍ତି। ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯ ପହଞ୍ଚିଲାଣି। ଯଦି ଗୁଜରାଟ ଯୁବକଙ୍କ ନମୁନା ପଜିଟିଭ୍‌ ଆସେ ତେବେ ଏହା ଦେଶର ଦଶମ ମଙ୍କିପକ୍ସ ମାମଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe