first Test ended in two and a half days: Team India's massive victory by 140 runs
ଅହମଦାବାଦ: ଅହମଦାବାଦରେ ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ୧୪୦ ରନ୍ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ୧୬୨ ରନ୍ରେ ସୀମିତ ରଖିଥିଲା। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୨୮୬ ରନ୍ର ଲିଡ୍ ନେଇ ଇନିଂସ୍ ଘୋଷଣା କରିଥିଲା।
ତେବେ ଟିମ୍ ଇଣ୍ଡିଆର ମାଷ୍ଟରପ୍ଲାନ୍ କାମ ଦେଇଛି। ଅଢ଼େଇ ଦିନରେ ପ୍ରଥମ ଟେଷ୍ଟ ଶେଷ ହୋଇଛି। ଟିମ୍ ଇଣ୍ଡିଆ ୧୪୦ ରନ୍ରେ ବୃହତ ବିଜୟ ହାସଲ କରିଛି। ଦ୍ବିତୀୟ ଇନିଂସରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ୱେଷ୍ଟଇଣ୍ଡିଜ୍ ୧୪୬ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। କେଏଲ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନ ଶେଷରେ, ଟିମ୍ ଇଣ୍ଡିଆର ସ୍କୋର ୫ ୱିକେଟ ହରାଇ ୪୪୮ କରିଥିଲା। ତୃତୀୟ ଦିନର ଆରମ୍ଭରେ, ଭାରତ ୨୮୬ ରନର ଅଗ୍ରଣୀ ହାସଲ କରି ହଠାତ୍ ଇନିଂସ ଘୋଷଣା କରିଥିଲା।
Follow Us