କେରଳ ବିଧାନସଭା ନିର୍ବାଚନ ପ୍ରଚାରରୁ ନିଜକୁ ନିବୃତ୍ତ କଲେ ପ୍ରଥମ କିନ୍ନର ପ୍ରାର୍ଥୀ

Advertisment
କେରଳ ବିଧାନସଭା ନିର୍ବାଚନ ପ୍ରଚାରରୁ ନିଜକୁ ନିବୃତ୍ତ କଲେ ପ୍ରଥମ କିନ୍ନର ପ୍ରାର୍ଥୀ

www.indiatoday.in

ତିରୁବନନ୍ତପୁରମ୍‌: ପୂର୍ବରୁ କିନ୍ନରମାନେ ବିଭିନ୍ନ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ଉଦାହରଣ ସାଜିଛନ୍ତି। ନିକଟରେ କେରଳର ଜଣେ କିନ୍ନର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ବୋଲି ଖବର ହସ୍ତଗତ ହୋଇଥିଲା। ମାତ୍ର ତାଙ୍କୁ ନିର୍ଯାତନା ଓ ଧମକ ମିଳିବାରୁ ସେ ନିର୍ବାଚନ ପ୍ରଚାରରୁ ଓହରି ଯାଇଛନ୍ତି। ତାଙ୍କ ନାଁ ଅନନ୍ୟା କୁମାରୀ ଆଲେକ୍ସ। ତାଙ୍କ କହିବା ମୁତାବକ  ତାଙ୍କୁ ପ୍ରାର୍ଥୀତ୍ବ ଲାଗି ମନୋନୀତ କରିଥିବା ଡେମୋକ୍ରାଟିକ୍ ସୋସିଆଲ୍ ଜଷ୍ଟିସ୍ ପାର୍ଟି(ଡିଏସ୍‌ଜେପି)ର କିଛି ନେତାଙ୍କ ଠାରୁ ଧମକ ପାଇବା ପରେ ସେ ଏପରି ଭାବେ ଓହରି ଯିବା ନିଷ୍ପତ୍ତି ନେଇଛନ୍ତି।

ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ବିତିଯାଇଥିଲେ ମଧ୍ୟ ୨୮ ବର୍ଷୀୟ ଆଲେକ୍ସ ତାଙ୍କ ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେ କେରଳର ମାଲାପୁରମ୍ ଜିଲ୍ଲାର ଭେଙ୍ଗାରା ନିର୍ବାଚନମଣ୍ଡଳୀରୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ୟୁଡିଏଫ୍)ର ପିକେ କୁନହାଲିକଟ୍ଟୀ ଏବଂ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌(ଏଲ୍‌ଡିଏଫ୍‌)ର ପ୍ରାର୍ଥୀ ପି ଜିଜିଙ୍କ ବିରୋଧରେ ପ୍ରାର୍ଥୀ ହେବା ଲାଗି ନାମାଙ୍କନ ଦାଖଲ କରିଥିଲେ ।

ତାଙ୍କ କହିବା କଥା ହେଲା, ଡିଏସ୍‌ଜେପି ନେତାମାନେ ମୋତେ ୟୁଡିଏଫ ପ୍ରାର୍ଥୀ କୁନହାଲିକଟ୍ଟୀ ଏବଂ ଏଲ୍‌ଡିଏଫ୍ ସରରକାର ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ବାଧ୍ୟ କରିିଥିଲେ। ମାତ୍ର ମୁଁ କହିପାରିଲି ନାହିଁ। ମୋ ବ୍ୟକ୍ତିତ୍ବ ବିରୋଧୀ କୌଣସି କାମ ମୁଁ କରିପାରିବି ନାହିଁ ବୋଲି କହିବା ପରେ ମୋତେ ବହୁ ନିର୍ଯାତନା ସହିବାକୁ ପଡ଼ିଥିଲା। ବାଧ୍ୟ ହୋଇ ମୁଁ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe