ଏମିତି ଏକ ଗାଁ ଯେଉଁଠି ପ୍ରତି ଘରକୁ ଆସୁଛି ଆରଓ ୱାଟର ପ୍ୟୁରିଫାୟରରେ ବିଶୁଦ୍ଧ ପିଇବା ପାଣି

Advertisment
ବଢ଼ିଲା ତାତି: ଜାତୀୟ ରାଜପଥକଡ଼ରେ ଥିବା କଳିଙ୍ଗା ପଞ୍ଚାୟତରେ ଖୋଲିନି ଜଳଛତ୍ର

Representational image

ବରେଲି: ସାଧାରଣ ଭାବେ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥାଏ। ଉତ୍ତମମାନର ପିଇବା ପାଣି ଉପଲବ୍ଧ ହୋଇନଥାଏ। ତେବେ ଉତ୍ତରପ୍ରଦେଶର  ଏକ ଗାଁ ରହିଛି ଯେଉଁଠାରେ ଲୋକଙ୍କୁ ଅତ୍ୟାଧୁନିକ ଆରଓ ପ୍ୟୁରିଫାୟର ଲଗାଯାଇ ବିଶୁଦ୍ଦ ଜଳ ଯୋଗାଯାଉଛି। ଏହା ହେଉଛି ସେଠାକାର ପ୍ରଥମ ଗାଁ ଯେଉଁଠି ଆରଓ ସିଷ୍ଟମ ( ରିଭର୍ସ ଓସମୋସିସ୍) ବ୍ୟବସ୍ଥା ହୋଇଛି । ବରେଲିର ଭାରତଲ ଗାଁରେ ଲୋକଙ୍କ ଘରକୁ ଆରଓ ସିଷ୍ଟମରେ ଯୋଗାଇଦିଆଯାଉଛି ପାଣି । ଗାଁ ପାଣ୍ଠିରୁ ୨୦ଟି ଆରୋ ସିଷ୍ଟମ ସ୍ଥାପନ କରାଯାଉଛି । ଏବେ ସୁଦ୍ଧା ପାଞ୍ଚଟି ସିଷ୍ଟମ ଲାଗିସରିଲାଣି । ସବୁ ପାଣି ଟାଙ୍କି ସହ ପ୍ୟୁରିଫାୟର୍ ସଂଯୁକ୍ତ ହୋଇସାରିଲାଣି, ଲୋକମାନେ ଏବେ ଆରଓ ସିଷ୍ଟମ ଦେଇ ଆସୁଥିବା ପାଣିକୁ ବ୍ୟବହାର କରୁଛନ୍ତି ।

ଜାଟ ରେଜିମେଣ୍ଟ ନିକଟରେ ଥିବା ଭରତାଉଲ୍ ଗାଁର ଜନସଂଖ୍ୟା ପ୍ରାୟ ସାତ ହଜାର।ୟୁପିର ସବୁଠାରୁ ସୁନ୍ଦର ପଞ୍ଚାୟତ ସଚିବାଳୟ ଏଠାରେ ନିର୍ମାଣ କରାଯାଇଛି । କହିବାକୁଗଲେ ଆଗରୁ ଏହି ଗାଁ ପଣ୍ଡିତ ଦୀନଦୟାଲ  ଉପାଧ୍ୟାୟ ପଞ୍ଚାୟତ ସଶକ୍ତୀକରଣ ଏବଂ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରୋତ୍ସାହନ ପୁରସ୍କାର ପାଇଛି । ସେଥିମଧ୍ୟରୁ ଗ୍ରାମ ପଞ୍ଚାୟତର ବିକାଶ ପାଇଁ ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଗାଁର ମୁଖ୍ୟ ପ୍ରଭେଶ କୁମାରୀ ଗାଁ ପାଣ୍ଠିରୁ ଆରଓର ଲଗାଇବା ବ୍ୟବସ୍ଥା କରିଛନ୍ତି । ଆରୋ ପ୍ୟୁରିଫାୟର ପ୍ରତି ମୂଲ୍ୟ ହେଉଛି ୭୫ ହଜାର । ସେଗୁଡିକ ଘର ପାଖରେ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି ଓ ବିଦ୍ୟୁତ୍ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଭରତାଉଲ୍ ଗାଁର ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟ ରାଜ୍ୟରେ ତାହାର ଏକ ଭିନ୍ନ ପରିଚୟ ରହିଛି । ଏପରିକି ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଗାଁର ପିଲାମାନେ ଇଂରାଜୀରେ କଥାବାର୍ତ୍ତା କରିଥାନ୍ତି । ବରେଲି ଡିଭିଜନର ସବୁଠୁ ଭଲ ଶୌଚାଳୟ ଏହି ଗାଁରେ ରହିଛି । ଗାଁର ସୁରକ୍ଷା ପାଇଁ ଗ୍ରାମପଞ୍ଚାୟତ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସବୁ ଛକରେ ସିସିଟିଭି ଲଗାଇଛି । ଗାଁରେ ପାଖାପାଖି ୮୫୦ଘର ଅଛି । ସେଥିମଧ୍ୟରୁ ୩୫୦ଟି ଘର ସୈନିକମାନଙ୍କର ଅଟେ । ଗାଁରେ ଅଳିଆ ସଂଗ୍ରହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାମବାସୀଙ୍କୁ ଆହୁରି ଉନ୍ନତ ମୌଳିକ ସୁବିଧା ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ପାନୀୟ ଜଳ ସହିତ ସମସ୍ୟା ଦେଖାଦେଇଥିଲା । ଗାଁରେ ଆରଓ ସିଷ୍ଟମ ଲଗାଯାଇଛି । ଗ୍ରାମବାସୀମାନେ ସ୍ୱଚ୍ଛତା ବିଷୟରେ ଅବଗତ ଅଛନ୍ତି । ଭାରତଲ ହେଉଛି ନିର୍ମଳ ଗ୍ରାମ ପଞ୍ଚାୟତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe