ପ୍ରକାଶ ପାଇଲା ଆକ୍ରମଣର ପ୍ରଥମ ଦୃଶ୍ୟ

Advertisment

ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି।

ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି।

କିୁିତରଳିଜୂଚ

ନୂଆଦିଲ୍ଳୀ: ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି।

ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ପାକିସ୍ତାନରେ ଭାରତର ବିମାନ ଆକ୍ରମଣର ପ୍ରଥମ ଦୃଶ୍ୟକୁ ପ୍ରକାଶ କରିଛି। ଯେଉଁଥିରେ ମୁରିଦକେରେ ହାଫିଜ୍ ସଇଦ ସହିତ ଜଡିତ ଏକ ମସଜିଦ ଦେଖାଯାଉଛି। ଏହି ଆକ୍ରମଣରେ ସୀମା ଆରପାରିର ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା ବୋଲି କୁହାଯାଉଛି। ଯେଉଁଥିରେ ରାଫେଲ୍ ଜେଟ୍ ସହିତ ସ୍କଲ୍ପ କ୍ରୁଜ୍‌ ମିସାଇଲ୍ ଏବଂ ହାମର ପ୍ରିସିସନ୍ ଗାଇଡେଡ୍ ଗୋଳାବାରୁଦ ବ୍ୟବହାର କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ଶ୍ରୀନଗର ନିକଟସ୍ଥ ପାମ୍ପୁରରେ ଏକ ପାକିସ୍ତାନୀ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଏହି ଅଭିଯାନରେ ସେନା, ବାୟୁସେନା ଏବଂ ନୌସେନାର ସମନ୍ୱିତ ପ୍ରୟାସରେ ହୋଇଛି।

ଉଲ୍ଲେଖଯୋଗ୍ୟ ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି ।  ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe