ଧୋଇଗଲା ସଂସଦ ବଜେଟ୍‌ ଅଧିବେଶନର ପ୍ରଥମ ସପ୍ତାହ: ନିରାଶ ବ୍ୟକ୍ତ କଲେ ପ୍ରମିଳା

Advertisment
ଧୋଇଗଲା ସଂସଦ ବଜେଟ୍‌ ଅଧିବେଶନର ପ୍ରଥମ ସପ୍ତାହ: ନିରାଶ ବ୍ୟକ୍ତ କଲେ ପ୍ରମିଳା

Republic India

ନୂଆଦିଲ୍ଲୀ : ଚଳିତମାସ ୧୩ରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଶାସକ ଓ ବିରୋଧୀ ନିଜ ନିଜ ଦାବିରେ ଅଡ଼ିବସିବାରୁ ସଂସଦର ପ୍ରଥମ ସପ୍ତାହ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ‌ହୋଇଛି। ଏହାକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଷୋୟୀ।

ପ୍ରମିଳାଙ୍କ କହିବା ଅନୁସାରେ ସେ ଚଳିତ ଅଧିବେଶନରେ ନିଜ ସଂସଦୀୟ କ୍ଷେତ୍ରର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସଦନରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହୋଇଆସୁଛନ୍ତି। ହେଲେ ସଦନର କାର୍ଯ୍ୟ ସ୍ଥଗିତ ରହିବାରୁ ସେ କୌଣସି ପ୍ରସଙ୍ଗକୁ ଉଠାଇପାରିଲେ ନାହିଁ। ଯାହାକି ତାଙ୍କୁ ନିରାଶ କରିଛି। ଲଗାତାର ସଂସଦକୁ ମୁଲତବୀ କରାଯାଉଥିବାରୁ ତ‌ାଙ୍କ ଭଳି ଅନେକ ସାଂସଦ ବିଭିନ୍ନ ପ୍ରସଙ୍ଗକୁ ଗୃହରେ ଉଠାଇବାରୁ ବଞ୍ଚିତ ହୋଇଛନ୍ତି। ମିଶନ ଶକ୍ତି ଦ୍ବାରା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉପରେ ସେ ସଦନରେ କହିବା ପାଇଁ ସବୁଦିନ ପ୍ରସ୍ତୁତ ହୋଇଆସୁଛନ୍ତି। କିନ୍ତୁ ସଦନ‌ରେ ହଟ୍ଟଗୋଳ ଆରମ୍ଭ ହୋଇଯାଉଛି। ସଦନର କାର୍ଯ୍ୟ ଶୀଘ୍ର ସ୍ବାଭାବିକ ଅବସ୍ଥାକୁ ଫେରୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe