ମାଛଧରାଳିଙ୍କ ହାତରେ ପଡ଼ିଲା ‘ସମୁଦ୍ର ରାକ୍ଷସ’! ତିଳେ ମାତ୍ର ଅସାବଧାନତା ଯୋଗୁ ଚାଲି ଯାଇଥାଆନ୍ତା ଜୀବନ

ମାଛଧରାଳିଙ୍କ ହାତରେ ପଡ଼ିଲା ‘ସମୁଦ୍ର ରାକ୍ଷସ’! ତିଳେ ମାତ୍ର ଅସାବଧାନତା ଯୋଗୁ ଚାଲି ଯାଇଥାଆନ୍ତା ଜୀବନ

oneindia.com

ଅଲାସ୍କା: ସମୁଦ୍ରରେ ଏମିତି କିଛି ଜୀବ ଅଛନ୍ତି ଯାହାଙ୍କ ବିଷୟରେ ଏବେ ବି ଠିକ୍ ସୂଚନା ମିଳି ପାରିନାହିଁ। ଏଭଳି କ୍ଷେତ୍ରରେ ସମୁଦ୍ରରୁ ଯେତେବେଳେ ଅଜଣା ଜୀବ ହାତରେ ଲାଗିଥାଏ ମଣିଷ ଆଶ୍ଚର୍ଯ୍ୟ ହୋଇଯାଇଥାଏ। ଉପରୋକ୍ତ ଫଟୋରେ ଜଣେ ମାଛଧରାଳିଙ୍କ ହାତରେ ଯେଉଁ ଜୀବଟି ଦେଖିବାକୁ ମିଳୁଛି ବାସ୍ତବରେ ତାହା ଏକ ମାଛ। ଆଉ ଏହି ମାଛଟି ଅତ୍ୟନ୍ତ ବିଷାକ୍ତ।

समंदर में अजीब जानवर oneindia.com

ଫଟୋରେ ଥିବା ମାଛଧରାଳିଙ୍କ ନାମ ନେଟ ଇଜାକ। ସେ ନିକଟରେ ଏକ ବିଷାକ୍ତ ମାଛ ଧରିଥିଲେ। ଆଉ ଏହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥ‌ିଲେ। ଫଟୋ ଟି ଭାଇରାଲ ହୋଇଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ମାଛକୁ ଦେଖି ସମୁଦ୍ର ରାକ୍ଷସ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। କେହିକେହି ତ ଏହା ଏକ ବାସ୍ତବ ମାଛ ବୋଲି  ବିଶ୍ବାସ କରି ପାରୁ ନାହାନ୍ତି।

ଚଳିତ ମାସରେ ନେଟ ଇଜାକ ଏହି ମାଛକୁ ଧରିଥିଲେ। ‌ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି କି ମାଛର ମୁହଁର ଆକାର ବହୁତ ବଡ଼ ରହିଥିବା ସହିତ ତାର ଧାରୁଆ ଦାନ୍ତ ବି ରହିଛି। ନେଟ ମାଛର ମୁହଁକୁ ଫାଡ଼ି ଧରିଛନ୍ତି। ଏମିତି ଲାଗୁଛି ସତେ ଯେମିତି ‌ମାଛଟି ନେଟଙ୍କୁ ସେହି କ୍ଷଣରେ ଗିଳିଦେବ। ମାଛଧରାଳି ମାଛଟିକୁ ବହୁତ ସାବଧାନତା ସହ ଧରିଛନ୍ତି। ଟିକେ ବି ଅସାବଧାନତା ହୋଇଥିଲେ ମାଛଟି ତାଙ୍କୁ ଆକ୍ରମଣ କରିବାର ଅନେକ ସମ୍ଭାବନା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe