ଫିଟ୍‌ ଇଣ୍ଡିଆ ଡାଏଲଗ୍, ମିଲିନ୍ଦଙ୍କୁ ପ୍ରକୃତ ବୟସ ପଚାରିଲେ ମୋଦୀ

Advertisment
ଫିଟ୍‌ ଇଣ୍ଡିଆ ଡାଏଲଗ୍, ମିଲିନ୍ଦଙ୍କୁ ପ୍ରକୃତ ବୟସ ପଚାରିଲେ ମୋଦୀ

News18.com

ନୂଆଦିଲ୍ଲୀ : 'ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌'ର ଏକବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ଫିଟ୍‌ନେସ ଏକ୍ସପର୍ଟ‌୍‌ମାନଙ୍କ ସହ କଥା ହୋଇଛନ୍ତି। ମୋଦୀ କହିଛନ୍ତି ଫିଟ୍‌ ରହିବା ସେତେ ଜଟିଳ ନୁହେଁ। ଏହା କେବଳ ଅଳ୍ପ କିଛି ଶୃଙ୍ଖଳା ଆବଶ୍ୟକ କରେ। ଫିଟ୍‌ ଇଣ୍ଡିଆ ପାଇଁ ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଲ୍ୟାଟେଷ୍ଟ୍‌ ସ୍ଲୋଗାନ୍‌ ଦେଇଛନ୍ତି ଏବଂ ଏହା ହେଉଛି ' ଫିଟ୍‌ନେସ୍‌ କି ଡୋଜ୍‌, ଆଧେ ଘଣ୍ଟା‌ ରୋଜ୍‌'। ଆଜିର କାର୍ଯ୍ୟକ୍ରମରେ ମୋଦୀ କ୍ରିକେଟର ବିରାଟ କୋହଲି, ମଡେଲ୍‌ , ଅଭିନେତା ମିଲିନ୍ଦ ସୋମନ ଏବଂ ପୁଷ୍ଟିକର ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ସହ କଥା ହୋଇଛନ୍ତି।

୫୫ ବର୍ଷୀୟ ମିଲିନ୍ଦ ସୋମନ ଅନେକ ସମୟରେ ତାଙ୍କ ଫିଟନେସ୍‌ ଦ୍ବାରା ତାଙ୍କ ଫ୍ୟାନ୍‌ ଏବଂ ସୋସିଆଲ ମିଡିଆ ଅନୁଗାମୀମାନଙ୍କୁ ଚକିତ କରିଦେଇଥାନ୍ତି। ତେବେ ମୋଦୀ ମଧ୍ୟ ଆଜି ମିଲିନ୍ଦଙ୍କ ସହ କଥା ହେବା ସମୟରେ ତାଙ୍କ ଫିଟନେସ୍‌ ଏବଂ ବୟସକୁ ନେଇ ଏକ ପ୍ରଶ୍ନ କରିଥିଲେ। ମୋଦୀ ପଚାରିଥିଲେ ଆପଣ ନିଜ ବୟସ କଥା ଯାହା କହୁଛନ୍ତି ତାହା କ'ଣ ବାସ୍ତବରେ ସମାନ ନା' ଅନ୍ୟ କିଛି। ଏହାର ଉତ୍ତରରେ ମିଲିନ୍ଦ କହିଥିଲେ, ଅଧିକାଂଶ ମୋତେ ପଚାରୁଛନ୍ତି, ବାସ୍ତବରେ କ'ଣ ମୋ ବୟସ ୫୫। ସେମାନେ ଭାବୁଛନ୍ତି ଯେ, ଏହି ବୟସରେ ମୁଁ କେମିତି ୩ ଦିନରେ ୫୦୦ କିମି ଦୌଡ଼ୁଛି। କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ, ମୋ ମା'ଙ୍କ ବୟସ ଏବେ ୮୧। ମୁଁ ତାଙ୍କ ବୟସରେ ପହଞ୍ଚିବାବେଳକୁ ଠିକ୍ ତାଙ୍କ ପରି ରହିବାକୁ ଚ‌ାହେଁ। ତାଙ୍କ ମା' ତାଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି। ମୋଦୀ ମଧ୍ୟ ମିଲିନ୍ଦଙ୍କୁ 'ମେଡ୍‌ ଇନ୍‌ ଇଣ୍ଡିଆ ମିଲିନ୍ଦ' କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe