‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ କଲେ ମୋଦୀ

Advertisment

ସ୍ବାର୍ଥରୁ ସ୍ବାସ୍ଥ୍ୟ ଆଡ଼କୁ ଯିବାକୁ ହେବ

ସ୍ବାର୍ଥରୁ ସ୍ବାସ୍ଥ୍ୟ ଆଡ଼କୁ ଯିବାକୁ ହେବ

‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆଜି ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‌ନେସ୍‌ ସହିତ କ୍ରୀଡ଼ାର ସିଧାସଳଖ ସଂପର୍କ ରହିଛି। କିନ୍ତୁ ଫିଟ୍‌ନେସର ପରିସୀମା ବହୁତ ବ୍ୟାପକ ଏବଂ ଏହା କ୍ରୀଡ଼ାଠାରୁ ଅନେକ ଆଗରେ। ଫିଟ୍‌ନେସ୍‌ କେବଳ ଏକ ଶବ୍ଦ ନୁହେଁ। ଏହା ସୁସ୍ଥ ଏବଂ ସମୃଦ୍ଧ ଜୀବନ ପାଇଁ ଏକ ଜରୁରୀ ସର୍ତ୍ତ। ଆଜି ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଥିବା ବେଳେ ଏହି ଦିବସକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ, ଏବେ ବଦଳି ଯାଇଥିବା ସମୟରେ ସ୍ବାସ୍ଥ୍ୟ ପ୍ରତି ଅବହେଳା ସୁସ୍ଥ ଜୀବନ ଯାପନ କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି କରିଛି। ଶାରୀରିକ ପରିଶ୍ରମଠାରୁ ଆଧୁନିକ ମଣିଷ ଦୂରେଇ ରହୁଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଜୀବନକୁ ପ୍ରଭାବିତ କରୁଛି। ତେଣୁ ସ୍ବାର୍ଥରୁ ସ୍ବାସ୍ଥ୍ୟ ଆଡ଼କୁ ଯିବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe