ଅଗଷ୍ଟ ୨୯ରେ ଆରମ୍ଭ ହେବ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’: ପ୍ରଧାନମନ୍ତ୍ରୀ ମୋଦୀ

ଅଗଷ୍ଟ ୨୯ରେ ଆରମ୍ଭ ହେବ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’: ପ୍ରଧାନମନ୍ତ୍ରୀ ମୋଦୀ

Image Source: PMO Tweet

ନୂଆଦିଲ୍ଲୀ: ପ୍ରିୟ ଦେଶବାସୀ ଆପଣମାନଙ୍କର ମନେ ଥିବ ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳିନ କରାଯାଏ। ଏଇ ଅବସରରେ ଆମେ ସମଗ୍ର ଦେଶରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ବା ‘ସମର୍ଥ ଭାରତ ଆନ୍ଦୋଳନ’ ଆରମ୍ଭ କରିବାକୁ ଯାଉଛୁ। ନିଜେ ସମର୍ଥ ହେବାକୁ ପଡ଼ିବ ଓ ଦେଶକୁ ସମର୍ଥ କରାଇବାକୁ ପଡ଼ିବ ବୋଲି ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ: ନମସ୍କାର ପ୍ରିୟ ଦେଶବାସୀ। ଆଜିକାଲି ଗୋଟିଏ ପଟେ ଆମ ଦେଶ ବର୍ଷାରେ ଆମୋଦିତ ହେଉଥିବା ବେଳେ ଅନ୍ୟ ପଟେ ଦେଶର ସବୁ ପ୍ରାନ୍ତରେ ମେଳାମହୋତ୍ସବ ଲାଗିଛି। ଆଉ ଏ ସବୁ ଦୀପାବଳି ଯାଏଁ ଚାଲିବ।

ବିଗତ ଦିନମାନଙ୍କରେ ଆମେ ଅଳ୍ପ କେତେକ ପର୍ବ ପାଳିଛନ୍ତି। ଗତକାଲି ଭାରତବ୍ୟାପୀ ଭଗବାନ କୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରିଛନ୍ତି। ତାଙ୍କର ବ୍ୟକ୍ତିତ୍ୱ କଥା କେହି କଳ୍ପନା କରି ପାରୁଛ। ହଜାର ହଜାର ବର୍ଷ ପରେ ବି ଏଇ ପର୍ବ ନୂତନତ୍ୱ ନେଇ ଆସୁଛି। ନୂଆ ପ୍ରେରଣା ନୂଆ ଶକ୍ତି ଯୋଗାଉଛି। ଶ୍ରୀକୃଷ୍ଣଙ୍କ ଜୀବନୀରୁ ସମସ୍ତେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଉଛନ୍ତି।

publive-image Image Source: Hindustan Times

ସେ ଆହୁରି କହିଲେ କି, ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏଇ ବିଶାଳ ଉତ୍ସବ କେବଳ ଭାରତ ନୁହେଁ, ସାରା ବିଶ୍ୱର ଆଲୋଚ୍ୟ। ମହାତ୍ମା ଗାନ୍ଧୀ ଦରିଦ୍ର, ନିରାଶ୍ରିତ, ଦୁର୍ବଳ ଓ ବୁଭୁକ୍ଷୁମାନଙ୍କର ସେବା କରୁଥିଲେ। ଏହାକୁ ସେ ଜୀବନର ବ୍ରତ କରି ନେଇଥିଲେ। ସେ ବର୍ଣ୍ଣବୈଷମ୍ୟବାଦର ସରବ୍ୟ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ସମ୍ପ୍ରଦାୟମାନଙ୍କର ସେବା କରିଥିଲେ। ବାଛବିଚାରର ସମ୍ମୁଖୀନ ହୋଇଥିବା ଚମ୍ପାରଣ ଚାଷୀମାନଙ୍କର ମଧ୍ୟ ସେ ସେବା କରିଥିଲେ। ସ୍ୱଳ୍ପ ପାରିଶ୍ରମିକ ପାଉଥିବା ମିଲ୍‌ଶ୍ରମିକମାନଙ୍କର ମଧ୍ୟ ସେ ସେବା କରିଥିଲେ।
ସତ୍ୟ ସହ ଅତୁଟ ବନ୍ଧନ ବାନ୍ଧିଥିଲେ ଗାନ୍ଧୀଜୀ। ସେମିତିକା ବନ୍ଧନ ସେ ଯୋଡ଼ିଥିଲେ ସେବାର ଉଚ୍ଛ୍ୱାସ ସହ। ସେ କେବଳ ସେବାର ଉଚ୍ଛ୍ୱାସ ସହ ନୁହେଁ, ସେବା ବାଟ କଢ଼ାଇ ନେଉଥିବା ଆନ୍ତରିକ ଖୁସି ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା ଅତୁଟ।

ଚାଲନ୍ତୁ, ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ କରିବା ପାଇଁ ସହଯୋଗ କରିବା। ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳିବା ବେଳେ ଆମେ କେବଳ ବାହ୍ୟ ମଳମୁକ୍ତ ଭାରତ ପ୍ରତି ସମର୍ପିତ ହେବା ନାହିଁ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଗଣ ଆନ୍ଦୋଳନ ମଧ୍ୟ ଆରମ୍ଭ କରିବା।

ଡିସ୍‌କଭରି ଚାନେଲ୍‌ରେ ପ୍ରସାରିତ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ ବା ‘ମାନବ ବନାମ ଅରଣ୍ୟ’ ଟେଲିଭିଜନ୍‌ ଏପିସୋଡ୍‌ ବିଷୟରେ ଲୋକେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବହୁ ଲୋକ ଜାଣିବାକୁ ଚାହିଁଛନ୍ତି ବେୟର୍‌ ଗ୍ରିଲ୍‌ସ୍‌ ହିନ୍ଦୀ ବୁଝିଲେ। ଏହାକୁ ସମ୍ପାଦିତ କରାଯାଇଛି ନା ବାରମ୍ବାର ସୁଟିଙ୍ଗ୍‌ କରାଯାଇଛି ବୋଲି ସେମାନେ ଜାଣିବାକୁ ଚାହିଁଛନ୍ତି। ପ୍ରଯୁକ୍ତିବିଦ୍ୟା ତାଙ୍କ ଓ ମୋ ମଧ୍ୟରେ ସମନ୍ଵୟତା ରକ୍ଷା କରିଥିଲା। ତାଙ୍କ କାନରେ ଲଗାଯାଇଥିବା କର୍ଡଲେସ୍‌ ଯନ୍ତ୍ରଟି ହିନ୍ଦୀକୁ ଇଂରାଜୀରେ ଅନୁବାଦ କରି ପକାଉଥିଲା।

publive-image Image Source: India Today

ବିଶ୍ୱରେ ବ୍ୟାଘ୍ରସଂଖ୍ୟାର ଦୋଦୁଲ୍ୟମାନ ସ୍ଥିତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କହିଲେ: ଆମ ଦେଶ ବିବିଧତାରେ ଭରା ଏବଂ ଏଇ ପ୍ରସସ୍ଥ ବିବିଧତା ଜଣେ ଶିକ୍ଷକ ରୂପେ ଆପଣମାନଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରାଇବ। ଆପଣଙ୍କ ଜୀବନ ସମୃଦ୍ଧ ହେବ।

୨୦୧୦ରେ ରୁଷ୍‌ର ସେଣ୍ଟ୍‌ ପିଟର୍ସବର୍ଗରେ ‘ଶାର୍ଦ୍ଦୂଳ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା। ଏହି ଶିଖର ବୈଠକରେ ବିଶ୍ୱର ବ୍ୟାଘ୍ରସଂଖ୍ୟାର ଦୋଦୁଲ୍ୟମାନ ସ୍ଥିତି ପ୍ରକାଶପୂର୍ବକ ପ୍ରସ୍ତାବନା ଗ୍ରହଣ କରାଯାଇଥିଲା।

ବିବେକାନନ୍ଦଙ୍କ କଥା ସ୍ମରଣ କରି ସେ କହିଲେ, ମୋର ପ୍ରିୟ ଦେଶବାସୀ, ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ଦେଇଥିବା ଐତିହାସିକ ଭାଷଣକୁ କିଏ ଭୁଲି ପାରିବ।

ଚାଲନ୍ତୁ, ସ୍ୱାମୀ ବିବେକାନନ୍ଦ ଦେଖିଥିବା ଭାରତକୁ ପୁଣି ଥରେ ଦେଖିବା ଏବଂ ସ୍ୱାମୀ ବିବେକାନନ୍ଦ ଅନୁଭବ କରିଥିବା ଭାରତର ଅନ୍ତର୍ନିହିତ ଶକ୍ତିକୁ କାର୍ଯ୍ୟକାରୀ କରିବା। ଆମ ଭିତରେ ସବୁ ଜିନିଷ ରହିଛି, ଆସନ୍ତୁ, ଆତ୍ମବିଶ୍ୱାସର ସହ ଆଗେଇ ଯିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe