ସଂଦେହ ଘେରରେ ସିଆରପିଏଫ ଡାକ୍ତର, ୬୦ ଅନଫିଟ ଯୁବକଙ୍କୁ କରାଯାଇଥିଲା ମେଡିକାଲି ଫିଟ୍

Advertisment
ସଂଦେହ ଘେରରେ ସିଆରପିଏଫ ଡାକ୍ତର, ୬୦ ଅନଫିଟ ଯୁବକଙ୍କୁ କରାଯାଇଥିଲା ମେଡିକାଲି ଫିଟ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଡାକ୍ତରୀ ପରୀକ୍ଷାରେ ୬୦ ଜଣ ଡାକ୍ତରୀ ଅଯୋଗ୍ୟ ପରୀକ୍ଷାର୍ଥୀ (ମେଡିକାଲି ଅନଫିଟ) ଙ୍କୁ ଫିଟ୍ ଘୋଷଣା କରାଯାଇଥିଲା। ପରେ ଚାକିରିରେ ଯୋଗ ଦେବା ସମୟରେ ହୋଇଥିବା ଡାକ୍ତରୀ ପରୀକ୍ଷା ବେଳେ ଏହି ହେରଫେର ସଂପର୍କରେ ଜଣାପଡ଼ିଗଲା । ସିଏପିଏଫର ଏଡିଜି ମଧ୍ୟ ତଦନ୍ତରୁ ଏହି ମାମଲା ସତ ବୋଲି ଜଣାପଡ଼ିଥିଲା । ଏହା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସେ ତାଙ୍କ ରିପୋର୍ଟ ପଠାଇଛନ୍ତି। ପରେ ଖୋଳତାଡ଼ ପରେ ସିଆରପିଏଫ ସମେତ ଅନେକ ବାହିନୀର ଡାକ୍ତର ଯାଞ୍ଚ ପରିସରକୁ ଆସିଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ 'କୋର୍ଟ ଅଫ୍ ଇନ୍କ୍ୱାରି' ଆଦେଶ ଜାରି କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲା ସିପାହୀ ନିଯୁକ୍ତି ୨୦୧୮ ସହ ଜଡ଼ିତ। ସେହି ନିଯୁକ୍ତିରେ ୬୦ ଜଣ ପ୍ରାର୍ଥୀ ଥିଲେ, ଯେଉଁମାନେ ଡାକ୍ତରୀ କାରଣରୁ ଅନୁପଯୁକ୍ତ ଥିଲେ, କିନ୍ତୁ ସେମାନେ ତଦନ୍ତରେ ଫିଟ୍ ବୋଲି ଦର୍ଶାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୭ ଜଣ ଯୁବକଙ୍କୁ ସିଆରପିଏଫ ଡାକ୍ତର ପରୀକ୍ଷା କରିଥିଲେ। ଖାସ୍ କଥା ହେଉଛି ୧୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ଙ୍କୁ ସିଆରପିଏଫ ପାଇଁ ଚୟନ କରାଯାଇଥିଲା । ବାକି ପ୍ରାର୍ଥୀଙ୍କୁ ଅନ୍ୟାନ୍ୟ ଫୋର୍ସରେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe