ମଧ୍ୟପ୍ରଦେଶରେ ହତ୍ୟା ଅଭିଯୁକ୍ତ ମହିଳାଙ୍କ ଗୁରୁତର ଅଭିଯୋଗ, ୧୦ ଦିନ ଧରି ୫ ପୁଲିସ ଦ୍ବାରା ଗଣଦୁଷ୍କର୍ମ

କଟକରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୨ ଦିନ ଗଣଦୁଷ୍କର୍ମ

दैनिक भास्कर

‌ରେୱା: ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଜଣେ ୨୦ ବର୍ଷୀୟା ହତ୍ୟା ଅଭିଯୁକ୍ତ ମହିଳା ପୁଲିସ ହାଜତରେ ଥିବା ବେଳେ ୫ ପୁଲିସଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ମେ’୯ରୁ ୨୧ ମଧ୍ୟରେ ଲଗାତାର ୧୦ ଦିନ ଧରି ଗଣଦୁଷ୍କର୍ମ କରାଯାଇଛି। ରେୱାରେ ଏକ ଲକ୍‌ଅପ୍‌ରେ ଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ୫ ପୁଲିସଙ୍କ ମଧ୍ୟରେ ଥାନା ଇନ୍‌ ଚାର୍ଜ ଏବଂ ଏସଡିପିଓ ଥିଲେ ବୋଲି ସେ କହିଛନ୍ତି। ମହିଳା ଜଣଙ୍କ ଏନେଇ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ନିକଟରେ ଅଭିଯୋଗ କରିବାପରେ ଉକ୍ତ ଘଟଣାରେ ନ୍ୟାୟିକ ତଦନ୍ତ ଘୋଷଣା ହୋଇଛି।

ଜେଲ୍‌କୁ କିଛି ଅଧିକାରୀ ଯାଞ୍ଚ ପାଇଁ ଯାଇଥିବା ସମୟରେ ମହିଳା ଜଣଙ୍କ ତାଙ୍କ ଆଗରେ ଏହି ଅଭିଯୋଗ କରିଥିଲେ। ମହିଳାଙ୍କ ଅଭି‌ଯୋଗ ଅନୁଯାୟୀ ୫ ଜଣ ପୁଲିସ ତାଙ୍କୁ ଲକ୍‌ଅପ୍‌ରେ ମେ’ ୯ରୁ ୨୧ ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ। ଜଣେ ମହିଳା ପୁଲିସ କନେଷ୍ଟବଳ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣି ନଥିଲେ। ପୁଲିସ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି। ମେ’ ୨୧ରେ ହିଁ ମହିଳାଙ୍କୁ ଗିରଫ କରାଯାଇଥିଲା ବୋଲି କହିଛି। ତେବେ ଜିଲ୍ଲା ଜଜ୍‌ ଏହି ପ୍ରସଙ୍ଗରେ ରେୱା ଏସ୍‌ପି ରାକେଶ ସିଂହଙ୍କ ପାଖରୁ ଏକ ଚିଠି ଲେଖି ୫ ପୁଲିସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe