ଶିବକାଶୀ ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ବହୁ ଆହତ

Advertisment
ଶିବକାଶୀ ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ବହୁ ଆହତ

ଚେନ୍ନାଇ: ଆଜି (ଗୁରୁବାର) ସନ୍ଧ୍ୟାରେ ତାମିଲନାଡୁର ଶିଭକାଶୀ ନିକଟ କାଲାୟାରକୁରିଚି ସ୍ଥିତ ଏକ ବାଣ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ରିିପୋର୍ଟରୁ ପ୍ରକାଶ ଏହି ବିସ୍ଫୋରଣ ଶିବକାଶୀର କାଲାୟାରକୁରିଚି ବାଣ କାରଖାନାରେ ଆଜି ସନ୍ଧ୍ୟାରେ ଘଟିଥିଲା। ବିସ୍ଫୋରଣର ଖବର ମିଳିବା ମାତ୍ରେ ଅଗ୍ନିଶମ ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିବା ସହ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି। ଏଥିସହ ବିସ୍ଫୋରଣ ପରେ ବାଣ କାରଖାନା ମଧ୍ୟରେ ବନ୍ଦୀ ହୋଇ ରହି ଯାଇଥିବା ଜୀବିତ ଲୋକଙ୍କୁ ଖୋଜିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଘଟଣାର ଦୁଇ ସପ୍ତାହ ପୂର୍ବରୁ ଏହି ଅଞ୍ଚଳର ସତ୍ତୁର ନିକଟସ୍ଥ ଅନ୍ୟ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୩ ଜଣଙ୍କର ମୃତ୍ୟୁ ଘଟଥିଲା। ଆଖାନକୁଲାମ ଗାଁର ଏହି କାରଖାନାରେ ବାଣ ପ୍ରସ୍ତୁତି ପାଇଁ କିଛି ରାସାୟନିକ ପଦାର୍ଥର ମିଶ୍ରଣ କରା ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe