ଏକ୍ସପ୍ରେସୱେରେ ଦୁର୍ଘଟଣା ୫ ଡାକ୍ତର ମୃତ

Advertisment

ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନାନୁଯାୟୀ ଆଜି ଭୋର  ୩ଟାରେ  ଏହି ଦୁର୍ଘଟଣା ହୋଇଛି।

ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନାନୁଯାୟୀ ଆଜି ଭୋର  ୩ଟାରେ  ଏହି ଦୁର୍ଘଟଣା ହୋଇଛି।

dadgdgdga

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନାନୁଯାୟୀ ଆଜି ଭୋର  ୩ଟାରେ  ଏହି ଦୁର୍ଘଟଣା ହୋଇଛି। ଏକ ଦ୍ରୁତଗାମୀ ସ୍କର୍ପିଓ ଏସ୍‌ୟୁଭି ଲକ୍ଷ୍ନୌରୁ ଆଗ୍ରା ଯାଉଥିବା ବେଳେ ବାଟରେ ନିୟନ୍ତ୍ରଣ ହରାଇ ଏକ ଡିଭାଇଡର୍‌‌ରେ ପିଟି ହୋଇଯାଇ ଅପର ପାର୍ଶ୍ବ ଲେନ୍‌କୁ ଚାଲି ଯାଇଥିଲା। ଫଳରେ ଅନ୍ୟପଟୁ ଆସୁଥିବା ଏକ ଟ୍ରକ୍‌  ସ୍କର୍ପିଓକୁ ପ୍ରଚଣ୍ଡ ଧକ୍କା ଦେଇଥିଲା।  ଏସ୍‌ପି ଅମିତ କୁମାର ଆନନ୍ଦ ସ୍ପଷ୍ଟ କରିଛନ୍ତି ଯେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତଙ୍କ ନାଁ ଜୟବୀର ସିଂହ (୩୯) ଏବଂ ସେ ସୈଫାଇ ମେଡିକାଲ କଲେଜର ଜଣେ ପୋଷ୍ଟଗ୍ରାଜୁଏଟ୍‌ ଛାତ୍ର।

ଡକ୍ଟର ଭୀମରାଓ ଆମ୍ବେଦକର ମେଡିକାଲ କଲେଜରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ଆଗ୍ରାର ଡାକ୍ତର ଅନିରୁଦ୍ଧ ବର୍ମା (୨୯), ଭଦୋହିର ଡାକ୍ତର ସନ୍ତୋଷ କୁମାର ମୌର୍ଯ୍ୟ (୪୬), କନୌଜର ଡାକ୍ତର ଅରୁଣ କୁମାର (୩୪), ବରେଲିର ଡାକ୍ତର ନରଦେବ (୩୫) ଏବଂ ରାକେଶ କୁମାର (୩୮)।  ସମସ୍ତେ ଉତ୍ତରପ୍ରଦେଶ ମେଡିକାଲ ସାଇନ୍ସ ୟୁନିଭର୍ସିଟିର।  ସେମାନେ ଲକ୍ଷ୍ନୌରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ବା‌ଟରେ  ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe