କାନାଡ଼ାରେ ଦୁର୍ଘଟଣା, ୫ ଭାରତୀୟ ଛାତ୍ର ମୃତ

କାନାଡ଼ାରେ ଦୁର୍ଘଟଣା, ୫ ଭାରତୀୟ ଛାତ୍ର ମୃତ

India Today

ଟରଣ୍ଟୋ: କାନାଡ଼ାରେ ସଡ଼କ ଦୁର୍ଘଟଣା ଯୋଗୁଁ ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ‌ହୋଇଯାଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଶନିବାର ଦିନ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଛାତ୍ରମାାନେ ଏକ ଯାତ୍ରୀବାହୀ ଭ୍ୟାନ୍‌‌ରେ ଯାଉଥିବା ସମୟରେ ସେମାନଙ୍କ ଭ୍ୟାନ୍‌ ଅଣ୍ଟାରିଓ ହାଇୱେ ନିକଟରେ ଏକ ଟ୍ରାକ୍ଟର-ଟ୍ରେଲର୍‌ ସହ ଧକ୍କା ହୋଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। କାନାଡ଼ାକୁ ଭାରତୀୟ ହାଇ କମିସନର ଅଜୟ ବିସାରିଆ ଏହି ସୂଚନା ଦେଇଛନ୍ତି। ଏକ ଟ୍ବିଟ୍‌ କରି ବିସାରିଆ କହିଛନ୍ତି, କାନାଡ଼ା ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଜଣ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ମୃତ ଛାତ୍ରମାନଙ୍କୁ ଯଥାକ୍ରମେ ହରପିତ ସିଂହ, ଜସପିନ୍ଦର ସିଂହ, କରଣପାଲ୍‌ ସିଂହ, ମୋହିତ ଚୌହାନ ଏବଂ ପୱନ କୁମାର ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କ ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ। ସମସ୍ତେ ଗ୍ରେଟର ଟର‌ଣ୍ଟୋ ଏବଂ ମନଟ୍ରିଲ ଅଞ୍ଚଳର ଛାତ୍ର। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଜୟଶଙ୍କର ଆହତ ‌ହୋଇଥିବା ୨ ଭାରତୀୟ ଛାତ୍ରଙ୍କ ଆଶୁ ଆରୋଗ୍ୟ କାମନା‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe