ଉତ୍ତର-ପୂର୍ବାଞ୍ଚଳର ୮ ରାଜ୍ୟ ମଧ୍ୟରୁ ୫ ରାଜ୍ୟ କରୋନା ମୁକ୍ତ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

Advertisment
ଉତ୍ତର-ପୂର୍ବାଞ୍ଚଳର ୮ ରାଜ୍ୟ ମଧ୍ୟରୁ ୫ ରାଜ୍ୟ କରୋନା ମୁକ୍ତ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

News Nation

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭୂତାଣୁ ଦେଶର ଅର୍ଦ୍ଧାଧିକ ଅଞ୍ଚଳକୁ ସଂକ୍ରମିତ କରି ପକାଇଥିବା ବେଳେ ଦେଶର ଉତ୍ତର-ପୂର୍ବାଞ୍ଚଳରେ ରହିଥିବା ୮ଟି ରାଜ୍ୟ ମଧ୍ୟରୁ ୫ଟି ରାଜ୍ୟ ଏଯାବତ୍‌ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରହିଛନ୍ତି। ଆଜି ନୂଆଦିଲ୍ଲୀ ଠାରେ ସାମ୍ବାଦିକମାନଙ୍କୁ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ କରୋନା ଭୂତାଣୁର ସଂକ୍ରମଣ ଅପେକ୍ଷାକୃତ ଭାବେ କମ ରହିଛି। ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମଧ୍ୟରୁ ସିକିମ୍‌, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରାରେ ଏଯାବତ୍‌ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭୂତାଣୁ ପ୍ରବେଶ କରିପାରି ନାହିଁ। କିମ୍ବା ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଜଣେହେଲେ ବି କରୋନା ଆକ୍ରାନ୍ତକୁ ଚିହ୍ନଟ କରା ଯାଇନାହିଁ।

ତେବେ, ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ତିନିଟି ରାଜ୍ୟ ଆସାମ, ମେଘାଳୟ ଓ ମିଜୋରାମରେ ପ୍ରଥମ ପର୍ଯ୍ୟାୟରେ ଅଳ୍ପ କିଛି ସଂଖ୍ୟକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବିଗତ ଦୁଇ ସପ୍ତାହ ମଧ୍ୟରେ ଜଣେ ହେଲେ ବି କରୋନା ଆକ୍ରାନ୍ତକୁ ଚିହ୍ନଟ କରା ଯାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ସମୟରେ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରିଦେବା ଫଳରେ ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମଧ୍ୟରୁ ମାତ୍ର ୩ଟି ରାଜ୍ୟରେ ସଂକ୍ରମଣ ସୀମିତ ହୋଇ ରହିଯିବା ସହ ଅନ୍ୟ ୫ଟି ରାଜ୍ୟକୁ ବ୍ୟାପିବାରେ ସମର୍ଥ ହୋଇପାରି ନଥିବା କହିଛନ୍ତି ଶ୍ରୀ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe