ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି-କଂଗ୍ରେସ ନେତାଙ୍କ ସମେତ ୫ ଗିରଫ

ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି-କଂଗ୍ରେସ ନେତାଙ୍କ ସମେତ ୫ ଗିରଫ

ABP Live - ABP News

ଜୟପୁର : ରାଜସ୍ଥାନର ସାୱାଇ ମାଧପୁରରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ରାଜସ୍ଥାନ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଜେପିର ଜଣେ ପୂର୍ବତନ ମହିଳା ମୋର୍ଚ୍ଚା ଜିଲ୍ଲା ମୁଖ୍ୟ ସୁନିତା ବର୍ମା ଏବଂ ଜଣେ କଂଗ୍ରେସ କର୍ମୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି। ପୀଡ଼ିତାଙ୍କୁ ବିଭିନ୍ନ ସ୍ଥାନରେ ୮ରୁ ଅଧିକ ଥର ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ବୋଲି ଏସ୍‌ପି ଓପି ସୋଲାଙ୍କି କହିଛନ୍ତି। ଏଫ୍‌ଆଇଆର୍‌ରେ ସୁନିତା ବର୍ମା ଏବଂ ତାଙ୍କ ସହଯୋଗୀ ହୀରା ଲାଲ୍‌ ଏବଂ ପୁନମ୍‌ ଚୌଧୁରୀଙ୍କ ନାମ ରହିଛି ବୋଲି ‌ସୋଲାଙ୍କି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe