ବିବାହ ଭୋଜିରୁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ୮ମାସର ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟଙ୍କ ହେଲା ମୃତ୍ୟୁ

Advertisment
ବିବାହ ଭୋଜିରୁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ୮ମାସର ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୫ଜଣ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିଲେ।

ଏହି ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ମୃତ ପରିବାର ସରାୟରୁ ଏକ ବିବାହ ଭୋଜି ସାରି ଗୋଟିଏ ବାଇକରେ ଜୌନପୁରସ୍ଥିତ ନିଜ ଘରକୁ ଫେରୁଥି‌ଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଉକ୍ତ ବାଇକକୁ ଜୋରରେ ଧକ୍କା ଦେଇଥିଲା। ଏହି ଧକ୍କାରେ ବାଇକରେ ବସିଥିବା ୫ଜଣ ସଦସ୍ୟ ରାସ୍ତାକୁ ଛିଟିକି ପଡ଼ିଥିଲେ ଆଉ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ  ବିକାଶ, ସୁମ୍ମରି, ଦିୱାନା, ଲକ୍ଷ୍ମୀ ଓ ଏକ ଶିଶୁ ରହିଛନ୍ତି। ମୃତ ଶିଶୁ ଜଣକ ମାତ୍ର ୮ମାସ ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ‌ହେଁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥି‌ଲେ। ଏହାପରେ ବିକାଶ, ସୁମ୍ମରି, ଦିୱାନା, ଲକ୍ଷ୍ମୀ ଓ ଜ‌ଣେ ଶିଶୁର ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ଗିରଫ କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe