କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ, ଜଣେ ଗୁରୁତର

Advertisment
କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ, ଜଣେ ଗୁରୁତର

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି। ଚେନ୍ ଟାଣି ଗୋଟିଏ ଟ୍ରେନରୁ ଓହ୍ଲାଇ କିଛି ଯାତ୍ରୀ ରେଳଧାରଣା ପାର ‌ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶାଖାପାଟଣା-ପଲାସା ମୁଖ୍ୟ ଲାଇନର  ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ୧୨୫୧୫ ନମ୍ବର ସିଲଚର-କୋଇମ୍ବାଟୁର ଏକ୍ସପ୍ରେସ୍ ଟ୍ରେନର  ଚେନ୍ ପୁଲିଂ କରି କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ି ରେଳ ଧାରଣା ପ‌ାର ହେଉଥିଲେ। ଏହି ସମୟରେ ଉକ୍ତ ଧାରଣାରେ ଆସୁଥିବା ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ କୋଣାର୍କ ଏକ୍ସପ୍ରେସରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନକୁ ନିଆଯାଇ ସେଠାରୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଛି। ଏହି ଖବର ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ।

ଦୁଘର୍ଟଣାସ୍ଥଳକୁ ବିଶାଖାପାଟଣାରୁ ଆକସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଟ୍ରେନ୍ ପଠାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe