ବିସର୍ଜନବେଳେ ଡଙ୍ଗାବୁଡ଼ି ୫ ମୃତ

Advertisment
ବିସର୍ଜନବେଳେ ଡଙ୍ଗାବୁଡ଼ି ୫ ମୃତ

India TV News

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗା ମୂର୍ତ୍ତି ବିସର୍ଜନବେଳେ ଡଙ୍ଗା ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ମୁର୍ସିଦାବାଦ ଜିଲ୍ଲାର ବେଲଡଙ୍ଗାରେ ଘଟିଛି। ସୋମବାର ବିଳମ୍ବିତ ରାତିରେ ବେଲଡଙ୍ଗାରେ ମୂର୍ତ୍ତି ବିସର୍ଜନ ହେଉଥିଲା। ଏଠାକାର ସବୁଠୁ ପୁରୁଣା ହାଜରା ବାଡ଼ି ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଦୁଇଟି ନୌକାରେ ବିସର୍ଜନ ପାଇଁ ନଦୀ ଭିତରକୁ ନିଆଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟାରେ ଲୋକ ଚଢ଼ିଥିବାରୁ ଗଭୀର ପାଣି ଭିତରେ ଭାରସାମ୍ୟ ହରାଇ ଡଙ୍ଗା ଦୁଇଟି ବୁଡ଼ି ଯାଇଥିଲା। ଲୋକମାନେ ଜୀବନ ବଞ୍ଚାଇବା ପହଁରି ପହଁରି କୂଳକୁ ଆସିବାକୁ ଉଦ୍ୟମ କରିଥିଲେ। ୫ ଜଣ ଲୋକ ମୂର୍ତ୍ତି ତଳେ ରହି ଯାଇଥିଲେ। ଧୀବରଙ୍କ ସହାୟତାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe