ଝାଡ଼ଖଣ୍ଡ: ଷଢ଼େଇକଳାରେ ନକ୍ସଲ ଆକ୍ରମଣ, ୫ ପୁଲିସ ସହିଦ

ଝାଡ଼ଖଣ୍ଡ: ଷଢ଼େଇକଳାରେ ନକ୍ସଲ ଆକ୍ରମଣ, ୫ ପୁଲିସ ସହିଦ

ରାଂଚି: ଝାଡଖଣ୍ଡର ଷଢ଼େଇକଳାରେ ଶୁକ୍ରବାର ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୫ ପୁଲିସ ସହିଦ ହୋଇଛନ୍ତି।  ସୂଚନା ଅନୁସାରେ ନକ୍ସଲମାନେ ପୋଲିସ ଗାଡ଼ିକୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି। ନକ୍ସଲମାନେ ବାଇକ୍‌ରେ ଆସି ପୁଲିସ ଉପରକୁ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି।  ସେମାନେ ପୁଲିସ ଉପରକୁ ନିକଟରୁ ଗୁଳି ଚାଳନା କରିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅପରେସନ ସାରି ଫେରୁଥିବା ବେଳେ ଯବାନଙ୍କ ଉପରେ ନକ୍ସଲମାନେ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ସେମାନେ ପୁଲିସ ଟିମ୍‌ ଠାରୁ ଅସ୍ତ୍ରଶସ୍ତ୍ର ଲୁଟ କରି ଫେରାର ହୋଇଯାଇଥିଲେ।  ତିରୁଲଡିହ ଅଂଚଳରେ ଏହି ଘଟଣା ଘଟିଛି। ପୁଲିସର କାର୍ଯ୍ୟାନୁଷ୍ଠାନରେ କିଛି ନକ୍ସଲଙ୍କ ଦେହରେ ଗୁଳି ବାଜିଛି। ସହିଦ ଯବାନଙ୍କ ମଧ୍ୟରେ ୨ ଜଣ ଏଏସ୍‌ଆଇ ଥିବା ବେଳେ ୩ ଜଣ କନଷ୍ଟେବଲ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe