ଦୁଷ୍କର୍ମ ପୀଡିତା ପିତାଙ୍କ ଜେଲରେ ମୃତ୍ୟୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ, ଦୋଷୀ ଯେତେ କ୍ଷମତାଶାଳୀ ହୋଇଥିଲେ ବି ଦଣ୍ଡ ମିଳିବ

Advertisment

୫ପୁଲିସକର୍ମୀ ନିଲମ୍ବିତ ଓ ବିଜେପି ବିଧାୟକଙ୍କ ୪ସମର୍ଥକ ଗିରଫ

୫ପୁଲିସକର୍ମୀ ନିଲମ୍ବିତ ଓ ବିଜେପି ବିଧାୟକଙ୍କ ୪ସମର୍ଥକ ଗିରଫ

ଦୁଷ୍କର୍ମ ପୀଡିତା ପିତାଙ୍କ ଜେଲରେ ମୃତ୍ୟୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ, ଦୋଷୀ ଯେତେ କ୍ଷମତାଶାଳୀ ହୋଇଥିଲେ ବି ଦଣ୍ଡ ମିଳିବ

ଲକ୍ଷ୍ମୌ: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ବିଧାୟକଙ୍କ ନାମ କୁଲଦୀପ ସିଂହ ବୋଲି ଜଣାପଡ଼ିଛି। ପୀଡିତା ଦୁଷ୍କର୍ମକାରୀ ବିରୋଧରେ ଯେତେବେଳେ ମାମଲା ରୁଜୁ କରିବା ପାଇଁ ଯାଇଥିଲେ ସେତେବେଳେ କୁଲଦୀପ ତାଙ୍କୁ ବିଭିନ୍ନ ପ୍ରକାର ଧକମ ଚମକ ଦେଇଥିଲା। କେବଳ ଏତିକି ନୁହେଁ ନିଜର ବିଧାୟକପଦ ବଳରେ ପୀଡିତାଙ୍କ ପରିବାରଲୋକଙ୍କ ନାମରେ କୁଲଦୀପ ମିଥ୍ୟା ମାମଲା ରୁଜୁ କରିଥିଲା। ଫଳରେ ପୀଡିତା ପିତାଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା।

ପୀଡିତା ଅନେକ ଚେଷ୍ଟା କରିବା ପରେ ବି ତାଙ୍କୁ ନ୍ୟାୟ ମିଳି ନଥିଲା। ତେଣୁ ସେ ତାଙ୍କ ପରିବାରଙ୍କ ସହିତ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଗତ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିବାସରେ ପହଞ୍ଚଥିଲେ। ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ। ତେବେ ସୋମବାର ଉକ୍ତ ପୀଡିତା ପିତାଙ୍କ ଜେଲରେ ମୃତ୍ୟୁ ହୋଇଥିବା ଖବର ମିିଳିଛି। ଏହି ଘଟଣାକୁ ନେଇ ପୁଲିସ କଡ଼ାକଡ଼ି ଯାଞ୍ଚ କରିଥିଲା। ଫଳରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରିବା ସହିତ ବିଜେପି ବିଧାୟକଙ୍କ ୪ସମର୍ଥକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ବିନିତ ମିଶ୍ରା, ଶୈଳୁ, ସୋନୁ ଓ ବଉବା ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଡିଆଇଜି ଲ ଆଣ୍ଡ ଅର୍ଡର ପ୍ରବୀନ ସିଂହ କହିଥିଲେ, ଉନ୍ନାବରେ ପପୁ ଓରଫ ସୁରେନ୍ଦ୍ରଙ୍କ ମୃତ୍ୟୁର ମାଜିଷ୍ଟ୍ରେଟ ଯାଞ୍ଚ ହେବ। ଯାଞ୍ଚରେ ଯିଏବି ଦୋଷୀ ହେବ, ତା’ ବିରୋଧରେ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image

ତେବେ ଏହି ଘଟଣାକୁ ନେଇ ପୀଡିତା ବିଜେପି ବିଧାୟକ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ‘ଯୋଗୀ ଆମକୁ ନ୍ୟାୟ ଦେଇ ପାରିଲେ ନାହିଁ। ବିଜେପି ବିଧାୟକ ମୋ ବାପାକୁ ମାରି ଦେଲା।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାଗିତ୍‌ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସକ୍ରିୟ ହୋଇଯାଇଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ ତୁରନ୍ତ ଏଡିଜି ଲକ୍ଷ୍ମୌଙ୍କୁ ଡାକି ଏହି ଘଟଣାର ତଦନ୍ତ କରି ଯଥା ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏଥିସହିତ ଦୋଷୀ ଯେତେ କ୍ଷମତାଶାଳୀ ହୋଇଥିଲେ ବି ତାଙ୍କୁ ଦଣ୍ଡ ଦିଆଯିବ ବୋଲି ଯୋଗୀ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେନଗର୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ତାର କେତେଜଣ ସାଙ୍ଗ ସହିତ ୨୦୧୭ ଜୁନ୍‌ରେ ରେବତୀ(ଛଦ୍ମନାମ)ଙ୍କୁ ଦୁଷ୍କର୍ମ କରିଥିଲା। ଯେତେବେଳେ ରେବତୀ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିବା ପାଇଁ ଯାଇଥିଲା, କୁଲଦୀପ ମାମଲା ଫେରାଇ ନେବା ପାଇଁ ପୀଡିତାକୁ ଧକମ ଦେଇଥିଲା। ବିଧାୟକ ଭୟରେ ପୁଲିସବାବୁମାନେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲେ। ଏପ୍ରିଲ ୩ ତାରିଖ ଦିନ ବିଧାୟକ ଭାଇ ତାର କେତେଜଣ ଗୁଣ୍ଡାକୁ ନେଇ ପୀଡିତାଙ୍କ ଘରେ ପଶି ମାଡଧର ମଧ୍ୟ କରିଥିଲା। ବିଧାୟକର ଅତ୍ୟାଚାର ସହ୍ୟ କରି ନପାରି ପୀଡିତା ତାର ପରିବାର ଲୋକଙ୍କୁ ନେଇ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe