୫ ଆଞ୍ଚଳିକ ଦଳଙ୍କୁ ମିଳିଛି ୯୧ ପ୍ରତିଶତ ଚାନ୍ଦା

ପଶ୍ଚିମବଙ୍ଗ ପୁଲିସ ଉପରେ ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପୁରୁଲିଆ ଏସପିଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ

The Leaflet

ନୂଆଦିଲ୍ଲୀ : ଦେଶରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ଯେତିକି ଚାନ୍ଦା ପାଇଛନ୍ତି ତାହାର ୯୧ ପ୍ରତିଶତ ବା ୧୧୩.୭୯୧ କୋଟି ଟଙ୍କା ୫ଟି ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ନିର୍ବାଚନ କମିସନ ନିକଟରେ ଆଞ୍ଚଳିକ ଦଳଗୁଡ଼ିକ ଦାଖଲ କରିଥିବା ତଥ୍ୟ ଆଧାରରେ ଏଡିଆର ଏହା କହିଛି।

ଯେଉଁ ୫ଟି ଦଳ ସର୍ବାଧିକ ଚାନ୍ଦା ପାଇଛନ୍ତି ସେମାନେ ହେଲେ ଜେଡି(ୟୁ), ଡି‌ଏମ୍‌କେ, ଆପ୍‌, ଇଣ୍ଡିଆନ୍ ୟୁନିୟନ ମୁସଲିମ୍‌ ଲିଗ (ଆଇୟୁଏମ୍‌ଏଲ୍‌) ଏବଂ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌)। ଜେଡି(ୟୁ) ସର୍ବାଧିକ ୬୦.୧୫୫ କୋଟି ଚାନ୍ଦା ପାଇଥିବାବେଳେ ଡିଏମ୍‌କେ ୩୩.୯୯୩ କୋଟି, ଆପ୍‌ ୧୧.୩୨୮ କୋଟି, ଆଇୟୁଏମ୍‌ଏଲ୍‌ ୪.୧୬୫ କୋଟି ଏବଂ ଟିଆର୍‌ଏସ୍‌ ୪.୧୫ କୋଟି ଟଙ୍କା ଚାନ୍ଦା ପାଇଛି। ୨୭ଟି ଆଞ୍ଚଳିକ ଦଳ ୧୨୪.୫୩ କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। ଜେଡି(ୟୁ), ଡିଏମ୍‌କେ ଏବଂ ଟିଆରଏସ୍‌ର ଚାନ୍ଦା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଥିବା ବେଳେ ଆପ୍‌ ଓ ଆଇୟୁଏମ୍‌ଏଲ୍‌ର ହ୍ରାସ ପାଇଛି। ତେବେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ମଧ୍ୟରେ ଡି‌ଏମ୍‌କେ, ଟିଆର୍‌ଏସ୍‌, ଜେଡି(ୟୁ) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ଚାନ୍ଦା ରାଶିରେ ସର୍ବାଧିକ ବୃଦ୍ଧି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe