ପରୀକ୍ଷା ଦେଇ ସ୍କୁଲରୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ୫ଛାତ୍ରଙ୍କ ମୃତ୍ୟୁ

Advertisment

ଛତିଶଗଡ଼ର ସୋମାନି ଥାନା ଅଞ୍ଚଳସ୍ଥ ଜୋରାତରାଇ ଗ୍ରାମରେ ବଜ୍ରପାତର ଶିକାର ହୋଇ ୫ଜଣ ଛାତ୍ରଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ପିଲା ଏଥିର ଆହତ ହୋଇଥିବା ଜଣାପଡ଼ିଛି।  

ଛତିଶଗଡ଼ର ସୋମାନି ଥାନା ଅଞ୍ଚଳସ୍ଥ ଜୋରାତରାଇ ଗ୍ରାମରେ ବଜ୍ରପାତର ଶିକାର ହୋଇ ୫ଜଣ ଛାତ୍ରଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ପିଲା ଏଥିର ଆହତ ହୋଇଥିବା ଜଣାପଡ଼ିଛି।  

୪୪୫୫


ନୂଆଦିଲ୍ଲୀ: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଅନ୍ଧାରୀ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତର ଶିକାର ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ସୂଚନା ରହିଛି। ମୃତକ ହେଲେ ଲଳିତା ଭୋଇ (୪୦)। ଆହତ ମହିଳାମାନେ ‌ହେଲେ ସାବିତ୍ରୀ ସୁହୁଲା ଓ ପଦ୍ମିନୀ ରଣା।  

ସେହିପରି  ଛତିଶଗଡ଼ରେ ବଜ୍ରପାତର ଶିକାର ହୋଇ ୫ଜଣ ଛାତ୍ରଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ପିଲା ଏଥିର ଆହତ ହୋଇଥିବା  ଜଣାପଡ଼ିଛି।  ଏହି ଘଟଣା ସୋମାନି ଥାନା ଅଞ୍ଚଳସ୍ଥ ଜୋରାତରାଇ ଗ୍ରାମରେ ଘଟିଛି। ସ୍କୁଲ ଫେରୁଥିବା ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହୋଇଥିଲା।  ଭୟରେ ସ୍କୁଲରୁ ଫେରୁଥିବା ଛାତ୍ରମାନେ ଗଛତଳକୁ ଚାଲି ଯାଇଥିଲେ। ଏହି ସମୟରେ ଏକ ଶାକ୍ତିଶାଳୀ ବଜ୍ରପାତର ୫ଜଣ ଛାତ୍ର ଶିକାର ‌ହୋଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ସମସ୍ତ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହିତ ଏହି ବଜ୍ରପାତରେ ଅନ୍ୟ ୩ଜଣ ଯୁବକଙ୍କର ବି ମୃତ୍ୟୁ ହୋଇଛି।

ପ୍ରଶାସନ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଥିବା ସହିତ ମୃତକଙ୍କ ପରିବାରଲୋକଙ୍କୁ ୪ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ପାଇଁ  ଘୋଷଣା କରିଛନ୍ତି। ଏଥିସହିତ ଏହି ବଜ୍ରପାତରେ ଆହତ ହୋଇଥିବା ପିଲାଙ୍କୁ ଆବଶ୍ୟକ ଅନୁଯାୟୀ ଚିକିତ୍ସା ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe