ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର: ଗୁଳି ଚୋଟରେ ପାଞ୍ଚ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର: ଗୁଳି ଚୋଟରେ ପାଞ୍ଚ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଶନିବାର ଦିନ ଜମ୍ମୁ ଓ କଶ୍ମୀରର ତାଙ୍ଗଧର ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ଗୁଳି କରି ହତ୍ୟା କରିଛନ୍ତି।

ପାହାନ୍ତା ସମୟରେ ସେ ଆତଙ୍କବାଦୀମାନେ ଭାରତ ପଟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନାଙ୍କ ନଜରରେ ପଡ଼ି ଯିବାରୁ ଗୁଳି ମାଡ଼ ଖାଇଥିଲେ। କେତେ ଜଣ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସ୍ଥାନୀୟ ଖବର ଅନୁସାରେ ୨୦ ଜାଟ୍‌ ରେଜିମେଣ୍ଟ୍‌ର ସୈନିକମାନେ ଏହା ଭଣ୍ଡୁର କରି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

publive-image

ବିଶେଷ କରି ସୀମାନ୍ତରେ ପାକିସ୍ତାନ ପଟୁ ଅଘୋଷିତ ଗୁଳି କ୍ଷେପଣ କରାଯାଉଥିବାରୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଠାରେ ତୀବ୍ର ଦୃଷ୍ଟି ରଖିଛି। ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଭାରତ ପଟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କ ଉପରକୁ ହାତବୋମା ମଧ୍ୟ ଫିଙ୍ଗା ଯାଉଛି।

ବିଶେଷସୂତ୍ରରୁ ପ୍ରକାଶ ଯେ ଦେଶର ଦୁଷ୍ଟ ସଙ୍ଗଠନ ଆଇଏସ୍‌ଆଇ ଏବେ ପାକିସ୍ତାନ ଜେଲ୍‌ରେ ଥିବା କଏଦୀମାନଙ୍କୁ ନିୟନ୍ତ୍ରଣ ରେଖା ଟପିବା ତାଲିମ ଦେଉଛି। ପ୍ରତିବଦଳରେ ସେମାନଙ୍କ ଜେଲ୍‌ ରହଣି ସମୟ କମାଇ ଦିଆଯିବ କିଂବା ଅର୍ଥ ମିଳିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe